୩ ମାସ ତଳର ଅପମୃତ୍ୟୁ ମାମଲା ହତ୍ୟା ମାମଲାରେ ପରିଣତ ହେଲା

ପଦ୍ମପୁର (ସୌମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଥିଲା ଏକ ରହସ୍ୟଜନକ ହତ୍ୟାକାଣ୍ଡ। ୩ ମାସ ତଳର ଏହି ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଛି। ଏହି ଅପରାଧର ରାଜନୀତିକ ପୃଷ୍ଠଭୂମି ଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମଦରେ ବିଷ ଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୁଲିସ ମୃତଦେହକୁ ମାଟିତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ୨୦୧୯ ଏପ୍ରିଲ ୧୭ […]

padmapur

padmapur

Manoranjan Sial
  • Published: Thursday, 18 July 2019
  • Updated: 18 July 2019, 07:46 PM IST

Sports

Latest News

ପଦ୍ମପୁର (ସୌମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଥିଲା ଏକ ରହସ୍ୟଜନକ ହତ୍ୟାକାଣ୍ଡ। ୩ ମାସ ତଳର ଏହି ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଛି। ଏହି ଅପରାଧର ରାଜନୀତିକ ପୃଷ୍ଠଭୂମି ଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମଦରେ ବିଷ ଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୁଲିସ ମୃତଦେହକୁ ମାଟିତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

୨୦୧୯ ଏପ୍ରିଲ ୧୭ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରଗରମ ଥିଲା ପଦ୍ମପୁର ବ୍ଲକ ଅମ୍ବାମୁଣ୍ଡା ଗାଁ। ଭୋଟ୍ ପୂର୍ବଦିନ ଗାଁରେ ଏକ ନିର୍ଦ୍ଧିଷ୍ଟ ଦଳର କିଛି କର୍ମୀ ଉଦୟ ତାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ମଦ ପିଇବାକୁ ଦେଇଥିଲେ। ଯେଉଁଥିରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀ ତାଣ୍ଡି ମଦ ପିଇ ଘରକୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ପଦ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ୧୯ ତାରିଖରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

୨ ଜଣ ବ୍ୟକ୍ତି ମଦରେ ବିଷ ମିଶାଇ ତାଙ୍କୁ ପିଇବାକୁ ଦେଇଥିବା ମୃତ୍ୟୁ ପୂର୍ବରୁ ଶ୍ରୀ ତାଣ୍ଡି ତାଙ୍କ ପତ୍ନୀଙ୍କୁ କହିଥିଲେ। ତେବେ ଧମକ ଚମକ ଯୋଗୁ ମୃତକଙ୍କ ପରିବାର ଲୋକେ ମୁହଁ ଖୋଲୁନଥିଲେ। ଏପରିକି ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିନଥିଲେ। ଘଟଣା ଘଟିବାର ୩ ମାସ ପରେ ଶ୍ରୀ ତାଣ୍ଡିଙ୍କ ପରିବାର ଲୋକେ ଗତକାଲି ଏନେଇ ମେଲଛାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ମାଟି ତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଷଡ଼ଯନ୍ତ୍ର କରାଗଲା ଏବଂ ଏଭଳି ଷଡ଼ଯନ୍ତ୍ର ପଛର ମାଷ୍ଟରମାଇଣ୍ଡ କିଏ, ତାକୁ ନେଇ ପୁଲିସ ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story