ନୂଆବର୍ଷରେ ଜଳିଗଲା ୧୨ ଗାଡ଼ି

ବାରିପଦା (ଓଡ଼ିଶା ରିପୋର୍ଟର): ଗ୍ୟାରେଜ ସମ୍ମୁଖରେ ଛିଡ଼ା ହୋଇଥିବା ୧୨ ଗାଡ଼ି ଜଳିଗଲା। ମାତ୍ର କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନି। ନୂଆବର୍ଷରେ ସମଗ୍ର ଦେଶ ଉତ୍ସବମୁଖର ହୋଇଥିବା ବେଳେ ବାରିପଦା ସହରରେ ଏପରି ଦୁଃଖଦ ଘଟଣା ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨୦୧୮କୁ ସ୍ୱାଗତ କରିବା ପାଇଁ ରବିବାର ରାତିରେ ଉତ୍ସାହର ମାହୋଲ ଲାଗି ରହିଥିବା ବେଳେ ରାତି ୩ଟାରେ ବାରିପଦା ମଧୁବନ ଗ୍ୟାରେଜ ସାହି ଛକରେ ଏକ ଦୁଃଖଦ […]

baripada-fire-12-vehicle-burn

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 10:01 AM IST

ବାରିପଦା (ଓଡ଼ିଶା ରିପୋର୍ଟର): ଗ୍ୟାରେଜ ସମ୍ମୁଖରେ ଛିଡ଼ା ହୋଇଥିବା ୧୨ ଗାଡ଼ି ଜଳିଗଲା। ମାତ୍ର କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନି। ନୂଆବର୍ଷରେ ସମଗ୍ର ଦେଶ ଉତ୍ସବମୁଖର ହୋଇଥିବା ବେଳେ ବାରିପଦା ସହରରେ ଏପରି ଦୁଃଖଦ ଘଟଣା ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୨୦୧୮କୁ ସ୍ୱାଗତ କରିବା ପାଇଁ ରବିବାର ରାତିରେ ଉତ୍ସାହର ମାହୋଲ ଲାଗି ରହିଥିବା ବେଳେ ରାତି ୩ଟାରେ ବାରିପଦା ମଧୁବନ ଗ୍ୟାରେଜ ସାହି ଛକରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାରେଜକୁ ଲାଗିଥିବା ୫ଟି ଘର ଓ ସମ୍ମୁଖରେ ଠିଆ ହୋଇଥିବା ୧୨ଟି ଗାଡ଼ି ପାଉଁଶ ହୋଇଯାଇଛି। ପୋଡ଼ିଯାଇଥିବା ଗାଡ଼ି ମଧ୍ୟରେ ୧ଟି ଭ୍ୟାନ୍‌, ୩ ବୋଲେରୋ, ୪ ଟ୍ରାକ୍ଟର, ୧ ଇଣ୍ଡିକା ଓ ୩ ବାଇକ ରହିଛି। ୩ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Related story