ରୋଜଗାର କରିବାକୁ ଯାଇଥିଲେ; ହେଲେ ଦଲାଲ ଦେଲା ଏମିତି ଖବର

ବାରିପଦା(ଓଡ଼ିଶା ରିପୋର୍ଟର): ଅଧିକ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ହେଲେ ଘରକୁ ଆସିଛି ମୃତ୍ୟୁ ଖବର। ମୃତକ ହେଲେ ଦେବାଶିଷ ସାହୁ। ତାଙ୍କ ଘର ବାରିପଦା ସହର ବାଘଡ଼ରୋଡ ଅଞ୍ଚଳରେ। ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଦଲାଲ ଦେବାଶିଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ପୁଅର ମୃତ୍ୟୁ ଖବର ପାଇବା ଘରେ ପୂରା ଭାଙ୍ଗି ପଡ଼ିଛନ୍ତି। ହେଲେ […]

deadt

deadt

Jitendra Garnayak
  • Published: Friday, 09 November 2018
  • Updated: 09 November 2018, 02:57 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ଅଧିକ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ହେଲେ ଘରକୁ ଆସିଛି ମୃତ୍ୟୁ ଖବର। ମୃତକ ହେଲେ ଦେବାଶିଷ ସାହୁ। ତାଙ୍କ ଘର ବାରିପଦା ସହର ବାଘଡ଼ରୋଡ ଅଞ୍ଚଳରେ।

ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଦଲାଲ ଦେବାଶିଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲା।

ଘର ଲୋକେ ପୁଅର ମୃତ୍ୟୁ ଖବର ପାଇବା ଘରେ ପୂରା ଭାଙ୍ଗି ପଡ଼ିଛନ୍ତି। ହେଲେ ତାଙ୍କ ମୃତଦେହ ଏଯାଏ ଘରେ ପହଞ୍ଚିନି।

ଅଭାବ ଅନଟନ ଯୋଗୁଁ ପରିବାର ଲୋକେ ତାମିଲନାଡୁ ଯାଇ ପୁଅର ଶବ ଆଣି ପାରୁନାହାନ୍ତି। ପୁଅର ଶବ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।

ଦେବାଶିଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ତାଙ୍କ ବାପା କହିଛନ୍ତି,“ମୋ ପୁଅ ହଜି ଯାଇଛି ବୋଲି କିଛି ଦିନ ତଳେ ଦଲାଲ ଦେବା ଫୋନ୍ କରି କହିଥିଲା। ଦୁଇ ଦିନ ତଳେ ଫୋନ୍ କରି କହିଲା, ତୁମ ପୁଅ ବେକରେ ଦୌଡ଼ି ଦେଇ ମରି ଯାଇଛି। କାହାରିକୁ ନଜଣାଇ ତାମିଲନାଡୁ ଆସି ପୁଅକୁ ନେଇଯାଅ ବୋଲି ସେ ଆମକୁ କହୁଛି।”

https://youtu.be/PwoEIfnT1fU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos