ବାରିପଦା: ମାଉସୀ ମା ମନ୍ଦିରରେ ଲାଗିଲା ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ରଥ

ବାରିପଦା: ଗତକାଲି ଅଧା ବାଟରେ ଅଟକି ଥିବା ମହାପ୍ରଭୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ରଥ ଆଜି ମାଉସୀ ମା ମନ୍ଦିରରେ ଲାଗିଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ଅଢେଇଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧାରେ ଅଟକି ଥିବା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ହଜାର ହଜାର ମହିଳା ଭକ୍ତ ଟାଣି ଟାଣି ମାଉସୀ ମାଙ୍କ ମନ୍ଦିରକୁ ନେଇଯାଇଥିଲେ । ଘଣ୍ଟ ଘଣ୍ଟା, ମୃଦଙ୍ଗ, ହୁଳହୁଳି ଶଦ୍ଦରେ ବାରିପଦା ବଡଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟ ହୋଇଥିଲା । ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ପାଗ ଅନୁକୂଳ ଥିବାରୁ ଅପରାହ୍ନ ୪ଟା ବେଳକୁ ଭକ୍ତଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ହେବା ସତ୍ତ୍ୱେ ମଧ୍ୟ ମହିଳାମାନେ ମହିଳାମାନେ ଶ୍ରଦ୍ଧାର ସହ ଦେବୀ ସୁଭଦ୍ରାଙ୍କୁ ଟାଣି ନେଇଥିଲେ । ମହିଳାମାନଙ୍କ ସୁରକ୍ଷା ପାଇଁ ଶତାଧିକ ମହିଳା ପୋଲିସଙ୍କୁ ମୁତୟନ କରାଯାଇଥିଲା । ଗତକାଲି ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା ମନ୍ଦିରେ ପହଞ୍ଚି ଥିଲା । ଆଜି ରାତି ୧୧ଟାରେ ନୀତି ନିର୍ଘଣ୍ଟ ଅନୁଯାୟୀ ତିନି ଠାକୁର ପହଞ୍ଣି ବିଜେରେ ମାଉସୀ ମା ମନ୍ଦିରକୁ ଯିବେ ।

ଆହୁରି ପଢ଼ନ୍ତୁ

ଅନୁଗୋଳରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍

ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ବନ୍ଧା ହେଲେ ୨, ବିବାହ ଆଇନ୍ ଉଲ୍ଲଂଘନ କଲେ ଫସିବେ ପୁରୋହିତ

ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ମୋ ଧନକୁ ଡାକ୍ତର ଟ୍ରିଟ୍‌ମେଣ୍ଟ କଲେନି: ବାପା, ଭାଇ ତମେ ବି ଆସିଲନି…

ରାଜ୍ୟରେ ଅଣାୟତ୍ତ ‘କରୋନା’ ମହାମାରୀ: ନେଲାଣି ଆଉ ୫ ମୁଣ୍ଡ

ଘରକୁ ଫେରୁନାହାନ୍ତି, କେଉଁଠି ଅଛନ୍ତି ଆରତି?

‘ମୁଁ ସୁସ୍ଥ, ମୋତେ ନିଆଁ ପାଣି ବାସନ୍ଦ’

ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି

ସୁସ୍ଥ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ