ରାଜ୍ୟପାଳ ହେବେ ବୋଲି ୩୦ ତାରିଖରୁ ଜାଣିସାରିଥିଲେ ବିଶ୍ୱଭୂଷଣ, ଧର୍ମେନ୍ଦ୍ରଙ୍କ ଭୂମିକାକୁ ସ୍ୱୀକାର କଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଗତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏମିତି କିଛି ଘଟିବ ବୋଲି ସେ ଜାଣି ସାରିଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ମୋଦିଙ୍କ ସହ ଆଲୋଚନା ବେଳେ ସେ ସେମିତି କିଛି ହେବ ବୋଲି ଆଶା କରୁଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ […]

Biswabhushan

Biswabhushan

Subrat Kumar Nayak
  • Published: Tuesday, 16 July 2019
  • Updated: 16 July 2019, 08:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଗତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଏମିତି କିଛି ଘଟିବ ବୋଲି ସେ ଜାଣି ସାରିଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ମୋଦିଙ୍କ ସହ ଆଲୋଚନା ବେଳେ ସେ ସେମିତି କିଛି ହେବ ବୋଲି ଆଶା କରୁଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିବା ସେ କହିଥିଲେ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ଭୂମିକା ଥିଲା ବୋଲି ସେ କହିଛନ୍ତି।

ଏହି ପଦବୀ ମିଳିବା ଅକସ୍ମାତ ନଥିଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ୩୦ ତାରିଖରୁ ସେ ଜାଣିଥିଲେ ଏ ଖବର କେବେ ମଧ୍ୟ ଆସିଯାଇପାରେ। ୨-୩ ଧରି ଏହା ଆହୁରି ସ୍ପଷ୍ଟ ହେବାରେ ଲାଗିଥିଲା। ଏପରିକି ପ୍ରଧାନମନ୍ତ୍ରୀ ପରୋକ୍ଷରେ ତାଙ୍କୁ ଏ ସମ୍ପର୍କରେ ଇଶାରା ଦେଇସାରିଥିଲେ। ତେବେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇବା ପରେ ସେ ତାଙ୍କ ନୂଆ ନିଯୁକ୍ତି ବିଷୟରେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି।

ତେବେ ପୂର୍ବରୁ ରାଜ୍ୟର ଆଇନମନ୍ତ୍ରୀ ଭାବେ ସିଧାସଳଖ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିବାଦ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରିଥିବା ଏହି ବରିଷ୍ଠ ନେତା ନୂଆ ଦାୟିତ୍ୱରେ ଥାଇ ଏହାର ସମାଧାନ ପାଇଁ ପ୍ରୟାସ କରିବେ କହିଛନ୍ତି। ସେ କହିଛନ୍ତି ଦୁଇ ରାଜ୍ୟର ସମ୍ପର୍କ କିଭଳି ବଢ଼ିବ ଏବଂ ବିଭିନ୍ନ ସମସ୍ୟାର କିଭଳି ସମାଧାନ ହେବ, ସେଥିପ୍ରତି ସେ ଦୃଷ୍ଟି ଦେବେ। ପୋଲାଭରମ୍‌ ପରି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଯଥା ସମ୍ଭବ ମଧ୍ୟ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ତେବେ ସବୁ ରାଜ୍ୟ ନିଜ ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ନିଶ୍ଚୟ ପ୍ରୟାସ କରିବେ ବୋଲି ସେ କହିଛନ୍ତି।

ଆନ୍ଧ୍ରପ୍ରଦେଶ ଭଳି ଏକ ବଡ଼ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ର ପଡ଼ୋଶୀ ରାଜ୍ୟ ହୋଇଥିବାରୁ ବହୁତ କିଛି କରିବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି। ରାଜ୍ୟପାଳ ଭାବେ ତାଙ୍କ ନିଯୁକ୍ତି ଜାତୀୟ ସ୍ତରରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଥିବାର ପ୍ରମାଣ ବୋଲି ସେ କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଥିବା କହି ଆସିଛନ୍ତି। ତେବେ ଏହା କେବଳ ଭାଷଣ କିମ୍ବା ଘୋଷଣା ନୁହେଁ, ବାରମ୍ବାର କାର୍ଯ୍ୟରେ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story