ବିଶ୍ୱଭୂଷଣଙ୍କୁ ମିଶାଇ ଓଡ଼ିଶାରୁ ୧୦ ଜଣ ହେଲେଣି ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ବର୍ଷ ପରେ ଓଡ଼ିଶାର ୨ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକ ସମୟରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ବିଜେପି ନେତ୍ରୀ ଦ୍ରୋପଦୀ ମୁର୍ମୁ ଏବେ ଝାରଖଣ୍ଡର ରାଜ୍ୟପାଳ ଅଛନ୍ତି। ସଂଯୋଗବଶତଃ ଗତ ପ୍ରାୟ ୨୮ବର୍ଷ ତଳେ ୧୯୯୧ ମସିହାରେ ଓଡ଼ିଶାର ୩ଜଣ ବିଶିଷ୍ଟ ରାଜନେତା ଚିନ୍ତାମଣି ପାଣିଗ୍ରାହୀ , ଲୋକନାଥ ମିଶ୍ର ଓ […]

Bb-Harichandan-tenth-Odia-to-be-appointed-governor

Manoranjan Sial
  • Published: Wednesday, 17 July 2019
  • Updated: 17 July 2019, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୮ବର୍ଷ ପରେ ଓଡ଼ିଶାର ୨ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକ ସମୟରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାବେଳେ ବିଜେପି ନେତ୍ରୀ ଦ୍ରୋପଦୀ ମୁର୍ମୁ ଏବେ ଝାରଖଣ୍ଡର ରାଜ୍ୟପାଳ ଅଛନ୍ତି। ସଂଯୋଗବଶତଃ ଗତ ପ୍ରାୟ ୨୮ବର୍ଷ ତଳେ ୧୯୯୧ ମସିହାରେ ଓଡ଼ିଶାର ୩ଜଣ ବିଶିଷ୍ଟ ରାଜନେତା ଚିନ୍ତାମଣି ପାଣିଗ୍ରାହୀ , ଲୋକନାଥ ମିଶ୍ର ଓ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କୁ ମଧ୍ୟ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଏକସମୟରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ଶ୍ରୀ ହରିଚନ୍ଦନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଓଡ଼ିଶାର ମୋଟ ୧୦ଜଣ ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି।

ବିଶିଷ୍ଟ ରାଜନେତା ହରେକୃଷ୍ଣ ମହତାବ ପ୍ରଥମ ଓଡ଼ିଆ ଭାବେ ୧୯୫୫ ମାର୍ଚ୍ଚରୁ ୧୯୫୬ ଅକ୍ଟୋବର ପର୍ଯ୍ୟନ୍ତ ତତକାଳୀନ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ପରେ ବ୍ରହ୍ମପୁରରେ ଜନ୍ମିତ ଭାରତ ଭିଭି ଗିରିଙ୍କୁ ଅର୍ଥାତ୍ ୧୯୫୬ ଜୁନରୁ ୧୯୬୦ ମସିହା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ରାଜ୍ୟପାଳ, ୧୯୬୦ଜୁଲାଇରୁ ୧୯୬୫ ଏପ୍ରିଲ ପର୍ଯ୍ୟନ୍ତ କେରଳର ରାଜ୍ୟପାଳ, ୧୯୬୫ ଏପ୍ରିଲରୁ ୧୯୬୭ ମେ’ ମାସ ପର୍ଯ୍ୟନ୍ତ କର୍ଣ୍ଣାଟକର ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ସେ ୧୯୬୯ରୁ ୧୯୭୪ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ୪ର୍ଥ ରାଷ୍ଟ୍ରପତି ପଦରେ ଆସୀନ ହୋଇପାରିଥିଲେ ।

ସେହିପରି ତାଙ୍କ ପରେ ଓଡ଼ିଶାର ତୃତୀୟ ବ୍ୟକ୍ତି ଭାବେ ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମିତ ନିତ୍ୟାନନ୍ଦ କାନୁନଗୋ ୧୯୬୫ ଅଗଷ୍ଟରୁ ୧୯୭୧ ଜାନୁୟାରୀ ପର୍ଯ୍ୟନ୍ତ ଗୁଜରାଟ ଓ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ କାନୁନଗୋ ୧୯୬୫ ଅଗଷ୍ଟରୁ ୧୯୬୭ ଜୁଲାଇ ମାସ ପର୍ଯ୍ୟନ୍ତ ଗୁଜରାଟର ଓ ପରେ ୧୯୬୭ ଡିସେମ୍ବରରୁ ୧୯୭୧ ଜାନୁୟାରୀ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଥିଲେ।

ଚତୁର୍ଥ ବ୍ୟକ୍ତି ଭାବେ ଓଡ଼ିଶା ହାଇକୋର୍ଟର ତତକାଳୀନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର ଓଡ଼ିଶାର ରାଜ୍ୟପାଳ ଭାବେ ୧୯୮୨ ଜୁନ ୨୫ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।

ତାଙ୍କ ପରେ ପୁରୀରେ ଜନ୍ମିତ ବିଶିଷ୍ଟ ରାଜନେତା ଚିନ୍ତାମଣି ପାଣିଗ୍ରାହୀ ୧୯୮୯ ଜୁଲାଇରୁ ୧୯୯୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମଣିପୁରର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ସେହିପରି ପୁରୀର ଅନ୍ୟଜଣେ ବିଶିଷ୍ଟ ରାଜନେତା ଲୋକନାଥ ମିଶ୍ର ୧୯୯୧ ମାର୍ଚ୍ଚରୁ ୧୯୯୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି । ସେ ୧୯୯୨-୯୩ ମସିହାରେ ମଧ୍ୟ ଅତିରିକ୍ତ ଭାବେ ନାଗାଲ୍ୟାଣ୍ଡର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିିଥିଲେ ।

ସେହିପରି ଅବିଭକ୍ତ କଟକ ଜିଲ୍ଲାରେ ଜନ୍ମିତ ବିଶିଷ୍ଟ ରାଜନେତା ସୁରେନ୍ଦ୍ରନାଥ ଦ୍ୱିବେଦୀ ୧୯୯୧ ମାର୍ଚ୍ଚରୁ ୧୯୯୩ ଜୁଲାଇ ମାସ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ପରେ ଅଷ୍ଟମ ବ୍ୟକ୍ତି ଭାବେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୨୦୦୯ ନଭେମ୍ବରରୁ ୨୦୧୪ ଡିସେମ୍ବର ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳିଥିଲେ।

ତାଙ୍କପରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଜ୍ୟର ପ୍ରଥମ ମହିଳା ଭାବେ ରାଜ୍ୟପାଳ ହେବାର ସୁଯୋଗ ପାଇଥିଲେ। ଶ୍ରୀମତୀ ମୁର୍ମୁ ୨୦୧୫ ମେ’ ମାସରୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଓଡ଼ିଶାର ଦଶମ ବ୍ୟକ୍ତି ଭାବେ ଖୋର୍ଦ୍ଧାରେ ଜନ୍ମିତ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଗତକାଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story