୨୪ରେ ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ୱଭୂଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୪ ତାରିଖ ଦିନ ୧୧.୩୦ରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତାଙ୍କୁ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ। ଏନେଇ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ସେ ଅନୁରୋଧ କରିଛନ୍ତି। ଶପଥ ନେବାର ଗୋଟିଏ ଦିନ ଆଗରୁ […]

Bb-Harichandan-tenth-Odia-to-be-appointed-governor

Bb-Harichandan-tenth-Odia-to-be-appointed-governor

Subrat Kumar Nayak
  • Published: Thursday, 18 July 2019
  • Updated: 18 July 2019, 10:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୪ ତାରିଖ ଦିନ ୧୧.୩୦ରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ତାଙ୍କୁ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ। ଏନେଇ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ସେ ଅନୁରୋଧ କରିଛନ୍ତି।

ଶପଥ ନେବାର ଗୋଟିଏ ଦିନ ଆଗରୁ ବିଶ୍ୱଭୂଷଣ ହରିଚନ୍ଦନ ତିରୁମାଲା ତିରୁପତିଙ୍କ ଦର୍ଶନ କରିବେ। ଦର୍ଶନ ସାରି ସେ ବିଜୟୱାଡ଼ା ପହଞ୍ଚିବେ। ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପରେ ସରକାର ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବାସଭବନକୁ ରାଜଭବନରେ ପରିଣତ କରାଯିବ। ବର୍ତ୍ତମାନ ଏହାର ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଗ୍ରାଉଣ୍ଡଫ୍ଲୋରଟି ସରକାରୀ କାର୍ଯ୍ୟରେ ବ୍ୟବହୃତ ହେଉଛି ଏବଂ ପ୍ରଥମ ମହଲାଟି ରାଜ୍ୟପାଳଙ୍କ ବାସଭବନ ଭାବେ ବ୍ୟବହୃତ ହେବ।

ଗତ ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ନିଯୁକ୍ତ ହୋଇଥିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଶ୍ରୀ ହରିଚନ୍ଦନ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଶିଳ୍ପ, ରାଜସ୍ୱ, ଆଇନ, ଖାଦ୍ୟ ଯୋଗାଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୧୯୮୦ରୁ ୧୯୮୮ ଯାଏଁ ସେ ଦୀର୍ଘ ସମୟ ଧରି ରାଜ୍ୟ ବିଜେପି ସଭାପତି ଦାୟିତ୍ୱରେ ରହିଥିଲେ। ସେ ଓଡ଼ିଆ ଭାଷାରେ ବେଶ୍ କିଛି ବହି ମଧ୍ୟ ଲେଖିଛନ୍ତି। ତାଙ୍କ ନିଯୁକ୍ତି ପରେ ବର୍ତ୍ତମାନ ଦୁଇ ତେଲୁଗୁଭାଷୀ ରାଜ୍ୟର ଦାୟିତ୍ୱରେ ଥିବା ଇଏଲ୍‌ ନରସିହ୍ମା କେବଳ ତେଲେଙ୍ଗାନାର ଦାୟିତ୍ୱରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos