ବଧୂ ନିର୍ଯାତନା ମାମଲା: ତ୍ରୈଲୋକ୍ୟ ନାଥ ମିଶ୍ର ତାଙ୍କ ପତ୍ନୀ ଓ ପୁଅଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରିବ ପୋଲିସ୍

ଭୁବନେଶ୍ୱର: ଶିଳ୍ପପତି ତ୍ରୈଲୋକ୍ୟ ନାଥ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ନିର୍ଯାତନା ମାମଲାରେ ବଢ଼ିଲା ଅଡ଼ୁଆ। ବୋହୂ ଲୋପାମୁଦ୍ରାଙ୍କ ଅଭିଯୋଗ ଆଧାରରେ ତ୍ରୈଲୋକ୍ୟ ନାଥ ମିଶ୍ର, ତାଙ୍କ ପତ୍ନୀ ଆଶାମଞ୍ଜରୀ ଓ ପୁଅ ସବ୍ୟସାଚୀଙ୍କ ବିରୋଧରେ ପୋଲିସ୍ ଏନ୍‌ବିଡବ୍ଲୁ ଜାରି କରିପାରେ। ଏନେଇ କମିଶନରେଟ୍‌ ପୋଲିସ୍  ଭୁବନେଶ୍ୱର ସ୍ଥିତ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ। ତ୍ରୈଲୋକ୍ୟ ନାଥ ହ୍ୱାଟ୍‌ସ ଆପ୍ ଦ୍ୱାରା ଲୋପାମୁଦ୍ରାଙ୍କୁ ହତ୍ୟା ଧମକ ଦେଇଥିବା ସେ ଭୁବନେଶ୍ୱର ବଡ଼ଗଡ଼ ଥାନାରେ  ଅଭିଯୋଗ କରିଛନ୍ତି। କେବଳ ସେତିକି […]

lopamudra

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 09:29 AM IST

ଭୁବନେଶ୍ୱର: ଶିଳ୍ପପତି ତ୍ରୈଲୋକ୍ୟ ନାଥ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା ନିର୍ଯାତନା ମାମଲାରେ ବଢ଼ିଲା ଅଡ଼ୁଆ। ବୋହୂ ଲୋପାମୁଦ୍ରାଙ୍କ ଅଭିଯୋଗ ଆଧାରରେ ତ୍ରୈଲୋକ୍ୟ ନାଥ ମିଶ୍ର, ତାଙ୍କ ପତ୍ନୀ ଆଶାମଞ୍ଜରୀ ଓ ପୁଅ ସବ୍ୟସାଚୀଙ୍କ ବିରୋଧରେ ପୋଲିସ୍ ଏନ୍‌ବିଡବ୍ଲୁ ଜାରି କରିପାରେ। ଏନେଇ କମିଶନରେଟ୍‌ ପୋଲିସ୍  ଭୁବନେଶ୍ୱର ସ୍ଥିତ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ। ତ୍ରୈଲୋକ୍ୟ ନାଥ ହ୍ୱାଟ୍‌ସ ଆପ୍ ଦ୍ୱାରା ଲୋପାମୁଦ୍ରାଙ୍କୁ ହତ୍ୟା ଧମକ ଦେଇଥିବା ସେ ଭୁବନେଶ୍ୱର ବଡ଼ଗଡ଼ ଥାନାରେ  ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ସୋସିଆଲ୍ ମିଡ଼ିଆ ଫେସ୍‌ବୁକ୍‌ରେ ମଧ୍ୟ ତାଙ୍କ ସମ୍ପର୍କରେ ଅଶୀଳ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଗତ ୧୭ ତାରିଖରେ ତ୍ରୈଲୋକ୍ୟ ମିଶ୍ରଙ୍କ ଘରେ ପୋଲିସ୍‌ ଲଟକା ଜାରି କରିଥିଲା।

ନିର୍ଯାତନା ଅଭିଯୋଗ ଆସିବା ପରେ ଶ୍ୱଶୁର ତ୍ରୈଲୋକ୍ୟ, ଶାଶୁ, ଓ ସ୍ୱାମୀଙ୍କୁ ପୋଲିସ୍ ନୋଟିସ୍ କରିଥିଲା। ନୋଟିସ୍‌ର ମିଆଦ ପୂରି ଯାଇଥିଲେ ମଧ୍ୟ ସେମାନେ  ହାଜର ହୋଇ ନାହାନ୍ତି।

Related story