କୋଚି ଫର୍ମୁଲାରେ ଗଲେ ଭୁବନେଶ୍ୱରରେ ତାସ ଘର ଭଳି ଭାଙ୍ଗିବ ୧୪୭ ଫ୍ଲାଟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଚି ଭଳି ଭୁବନେଶ୍ୱରରେ ବେଆଇନ୍ କୋଠା ଭାଙ୍ଗିବାକୁ ବିଡିଏ ଆପଣାଇବ କି ଇମ୍ପ୍ଲୋଜନ୍ ମେଥଡ୍ ? କାରଣ ସାରା ସହରରେ ଚିହ୍ନଟ ହୋଇଥିବା ପ୍ରାୟ ୧୪୭ ବେଆଇନ୍ କୋଠା ଭାଙ୍ଗିବାକୁ ଯଦି ଚିରାଚରିତ ଢଙ୍ଗର ସାହାରା ନିଆଯାଏ ତାହାଲେ ବର୍ଷ ବର୍ଷ ଲାଗିଯିବ। ତେଣୁ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ଏହାକୁ ନେଇ ଉଭୟ ସାମାଜିକ କର୍ମୀ ଓ ବିଲଡର ପ୍ରଶ୍ନ ଉଠାଇବା ପରେ ବିଡିଏ ଉପାଧ୍ୟକ୍ଷ କହିଛନ୍ତି, ଦରକାର ପଡ଼ିଲେ ଏଠି ବି ଇମ୍ପ୍ଲୋଜନ […]

n-7vv-1

n-7vv-1

Tapas Behera
  • Published: Monday, 13 January 2020
  • Updated: 13 January 2020, 07:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଚି ଭଳି ଭୁବନେଶ୍ୱରରେ ବେଆଇନ୍ କୋଠା ଭାଙ୍ଗିବାକୁ ବିଡିଏ ଆପଣାଇବ କି ଇମ୍ପ୍ଲୋଜନ୍ ମେଥଡ୍ ? କାରଣ ସାରା ସହରରେ ଚିହ୍ନଟ ହୋଇଥିବା ପ୍ରାୟ ୧୪୭ ବେଆଇନ୍ କୋଠା ଭାଙ୍ଗିବାକୁ ଯଦି ଚିରାଚରିତ ଢଙ୍ଗର ସାହାରା ନିଆଯାଏ ତାହାଲେ ବର୍ଷ ବର୍ଷ ଲାଗିଯିବ। ତେଣୁ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ଏହାକୁ ନେଇ ଉଭୟ ସାମାଜିକ କର୍ମୀ ଓ ବିଲଡର ପ୍ରଶ୍ନ ଉଠାଇବା ପରେ ବିଡିଏ ଉପାଧ୍ୟକ୍ଷ କହିଛନ୍ତି, ଦରକାର ପଡ଼ିଲେ ଏଠି ବି ଇମ୍ପ୍ଲୋଜନ ମେଥଡ୍ ଆପଣାଇପାରୁ।

ଶନିବାର ୧୯ ମହଲା, ରବିବାର ୧୭ ମହଲା। ଇମ୍ପ୍ଲୋଜନ ପ୍ରଣାଳୀରେ କେରଳର ମରାଦୁ ସହରରେ ନିମିଷକେ ଧୂଳିସାତ୍ କରାଗଲା ଚାରି ଚାରିଟି ନଭଶ୍ଚୁମ୍ଭୀ ବିଳାସପୂର୍ଣ୍ଣ ଅଟ୍ଟାଳିକା । କାରଣ ଏସବୁ କୋଠା କୋଷ୍ଟାଲ ରେଗୁଲେସ ଜୋନ୍ ଆଇନର ଉଲ୍ଳଂଘନ କରିଥିଲେ ।

ତେଣୁ ଯଥାଶୀଘ୍ର ଏସବୁକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ। ହେଲେ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ବି ବେଆଇନ୍ ଭାବେ ଛିଡ଼ା ହୋଇଛି ଏମିତି ଅନେକ ଆପାର୍ଟମେଣ୍ଟ କଣ ହେବ ସେମାନଙ୍କ ଭବିଷ୍ୟତ ? ଏସବୁକୁ ବି ବିସ୍ଫୋରକ ଦ୍ୱାରା ଭାଙ୍ଗିବକି ବିଡିଏ? ଏହାକୁ ନେଇ ବିଲଡରଙ୍କ ଛାତିରେ ପଶିଛି ଛନକା। କାରଣ ଅନେକ ଦିନ ତଳୁ ବିଡିଏ, ସହରର ଛୋଟ ବଡ଼ ପ୍ରାୟ ୧୪୭ଟି ବେଆଇନ୍ କୋଠାକୁ ମାଟିରେ ମିଶାଇବାକୁ ନିଷ୍ପତ୍ତି ନେଇଥିଲା। ଏପରିକି ଇମ୍ପ୍ଲୋଜନ ମେଥଡ଼ରେ କୋଠା ଭାଙ୍ଗୁଥିବା ସଂସ୍ଥା ସହ ଯୋଗାଯୋଗ ବି କରିଥିଲା ହେଲେ ଆଜି ଯାଏଁ ଗୋଟିଏ ବି ଭଙ୍ଗା ଯାଇନି। ତେବେ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ବିଡିଏ କଡ଼ା ଆଭିମୁଖ୍ୟ ନେବାକୁ ମତ ଦେଇଛନ୍ତି ଉଭୟ ବିଲଡର ଓ ସାମାଜିକ କର୍ମୀ।

ସୂଚନା ଅନୁସାରେ ଭୁବନେଶ୍ୱରରେ ବିଡିଏ ପକ୍ଷରୁ ପ୍ରାୟ ୬ ହଜାରରୁ ଅଧିକ ବେଆଇନ୍ ନିର୍ମାଣ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୪୩୭ଟି  ବେଆଇନ୍ ଉଚ୍ଚ ଅଟ୍ଟାଳିକା ରହିଛି । ଏଥିସହ ସଂଶ୍ଲିଷ୍ଟ ୪୨୩ ଜଣ ବିଲଡରଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି। ତେବେ ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବାରୁ କାର୍ଯ୍ୟାନୁଷ୍ଠାନରେ ବାଧା ଉପୁଜୁଥିବା କହିଛନ୍ତି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ। ତେବେ ଦରକାର ପଡ଼ିଲେ କୋଚି ଭଳି ଏଠି ବି ଇମ୍ପ୍ଲୋଜନ ମେଥଡ଼ରେ ବିଲଡିଂ ଭଙ୍ଗା ଯିବ ବୋଲି ସେ କହିଛନ୍ତି।

ଯଦି ଭୁବନେଶ୍ୱରରେ ଏତେ ସଂଖ୍ୟକ ବେଆଇନ୍ କୋଠାକୁ ଚିରାଚରିତ ଢଙ୍ଗରେ ବିଡିଏ ଭାଙ୍ଗିବାକୁ ପଦକ୍ଷେପ ନିଏ, ତାହେଲେ ବର୍ଷ ବର୍ଷ ଲାଗିଯିବ। ତେଣୁ ଏବେ ପ୍ରଶ୍ନ କୋଚି ଭଳି ଏଠି ବି ଇମ୍ପ୍ଲୋଜନ ମେଥଡ଼ରେ ଘର ଭଙ୍ଗା ଯିବ ? ନା ଆଇନ୍‌କୁ ଆଖିଠାର ମାରି ୧୪୭ଟି ବେଆଇନ୍ କୋଠା ସେମିତି ଠିଆ ହୋଇରହିଥିବେ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story