ଏସି ଭିତରୁ ବାହାରିଲା ନାଗ ସାପ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଦୂରଦର୍ଶନ ଅଫିସ ନିକଟ ଏମସିଏଲ କଲୋନୀରୁ ନାଗସାପ ଉଦ୍ଧାର କରାଯାଇଛି। ଏମସିଏଲର ଡିସପେନସାରୀ ଅଫିସରେ ଥିବା ଏକ ବନ୍ଦ ଏସି ଭିତରୁ ଏହି ସାପ ବାହାରିଛି।  ଏସିଟି ଖରାପ ହୋଇ ପଡି ଥିବାରୁ ସଜାଡିବା ଲାଗି ମେକାନିକକୁ ଡକାଯାଇଥିଲା।  ହେଲେ ମେକାନିକ୍ ଏସି ସଜାଡିବାକୁ ଗଲା ବେଳେ ସେଥିରେ ଏକ ଥିବା ସାପ ଦେଖିବାକୁ ପାଇଥିଲେ।  ଖବରପାଇ ସ୍ନେକ୍ ହେଲପ୍‌ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି।