ଲିଜାର ପିଲା ଜନ୍ମ ପାଇଁ ନନ୍ଦନକାନନରେ ଭାଲୁ ସଫାରୀ ବନ୍ଦ

Ordigital Desk
  • Published: Tuesday, 19 December 2017
  • , Updated: 19 December 2017, 08:26 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନକୁ ଆସିଛି ନୂଆ ଅତିଥି। ଭାଲୁ ଲିଜା ଜନ୍ମ ଦେଇଛି ଏକ ଶାବକ। ତେଣୁ &nbsp;ଆଜିଠାରୁ ନନ୍ଦନକାନନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଭାଲୁ ସଫାରୀ ବନ୍ଦ ରହିବ। ଭାଲୁ ଲିଜା ସଫାରୀ ଭିତରେ ଏକ ଛୁଆ ଜନ୍ମ ଦେଇଥିବାରୁ ସଫାରୀ ବନ୍ଦ କରାଯାଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି। ଭାଲୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସଫାରୀ ବନ୍ଦ ରଖାଯାଇଛି।</p> <p>ଭାଲୁ ସଫାରୀ ବନ୍ଦ ଯୋଗୁଁ ନନ୍ଦନକାନନରେ ଟିକଟ ଦର ମଧ୍ୟ କମାଯାଇଛି। ଟିକେଟ ଦର ୫୦ଟଙ୍କାରୁ ୪୦ଟଙ୍କାକୁ କମିଛି।&nbsp; ବର୍ତ୍ତମାନ ନନ୍ଦନକାନନରେ ୫ଟି ମାଇ ଓ ୧୦ଟି ଅଣ୍ଡିରା ଭାଲୁ ଅଛନ୍ତି।</p>

Related story