କନ୍ଧମାଳରେ କେରଳ: ହାତ ଠାରି ଡାକେ ପ୍ରକୃତି...

ବାଲିଗୁଡ଼ା(ଅଜିତ୍ କୁମାର ନାୟକ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା। ଏଠାରେ ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ମଣ୍ଡାସରୁ, ଯାହା ଅତି ମନଲୋଭା ଓ ଆର୍କଷଣୀୟ। ଯିଏ ଥରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଛି, ତା’ ପ୍ରେମରେ ବାନ୍ଧି ହୋଇଯାଇଛି। ଆଉ ଏହା  ଏବେ ଟୁରିଷ୍ଟ ମାନଙ୍କ ପାଇଁ ବେଷ୍ଟ ହିଲ୍ ଡେଷ୍ଟିନେସନ ପାଲଟିଛି। ସେହିଭଳି ମଣ୍ଡାସରୁ ଇକୋ ଟୁରିଜିମ୍ କେନ୍ଦ୍ର ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିପାରିଛି, ଯାହାକି ‘ମଣ୍ଡାସରୁ କୁଟି’ […]

b-900

b-900

Tapas Behera
  • Published: Monday, 20 January 2020
  • Updated: 21 January 2020, 11:39 AM IST

ବାଲିଗୁଡ଼ା(ଅଜିତ୍ କୁମାର ନାୟକ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା। ଏଠାରେ ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ମଣ୍ଡାସରୁ, ଯାହା ଅତି ମନଲୋଭା ଓ ଆର୍କଷଣୀୟ। ଯିଏ ଥରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଛି, ତା’ ପ୍ରେମରେ ବାନ୍ଧି ହୋଇଯାଇଛି। ଆଉ ଏହା  ଏବେ ଟୁରିଷ୍ଟ ମାନଙ୍କ ପାଇଁ ବେଷ୍ଟ ହିଲ୍ ଡେଷ୍ଟିନେସନ ପାଲଟିଛି। ସେହିଭଳି ମଣ୍ଡାସରୁ ଇକୋ ଟୁରିଜିମ୍ କେନ୍ଦ୍ର ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିପାରିଛି, ଯାହାକି ‘ମଣ୍ଡାସରୁ କୁଟି’ ନାମରେ ବେଶ୍ ପରିଚିତ।

ରାଇକିଆଠାରୁ କିଛି ଦୂରରେ ଅବସ୍ଥିତ ଏହି ପ୍ରାକୃତିକ ପର୍ଯ୍ୟଟସ୍ଥଳୀ। ଏଠାକାର ପ୍ରାକୃତିକ ପରିବେଶ ଅତି ମନଲୋଭା। ସକାଳର ସୂର୍ଯ୍ୟ ଉଇଁବା  କ୍ଷଣି ଏଠାକାର ଶାନ୍ତ ପରିବେଶ ଖୁବ ସତେଜ ଓ ସୁନ୍ଦର ହୋଇଯାଏ। ଆକାଶକୁ ଛୁଇଁଲା ଭଳି ସୁଉଚ୍ଚ ସବୁଜ ପାହାଡ଼ ଗୁଡିକ ଖିଲି ଖିଲି ହୋଇ ହସି ଉଠନ୍ତି। ଆଉ ଏଥିରୁ ଅବିଶ୍ରାନ୍ତ ଭାବେ ଝରି ଆସୁଥିବା ବିଙ୍ଗୁମାହା ଜଳପ୍ରପାତର ଦୃଶ୍ୟ ଅତି ମନ୍ତ୍ର ମୁଗ୍ଧକର।  ପ୍ରକୃତିର ଏହି  ମିଳନ ସ୍ଥଳକୁ ଦେଖିବା ଲାଗି କାହିଁ କେତେ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ପ୍ରକୃତର ଏହି ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହ ସେହି ସବୁ ମୁହୁର୍ତ୍ତକୁ ସାଇତି ରଖିବାକୁ ଫଟୋ ଓ ସେଲ୍‌ଫି ଉଠାନ୍ତି।

ପ୍ରକୃତିର ଭୂସ୍ୱର୍ଗ ପାଲଟିଥିବା ମଣ୍ଡାସରୁ କୁଟି ଯେତିକି ସୁନ୍ଦର, ତା’ର ଭିତ୍ତିଭୂମି ମଧ୍ୟ ସେତିକି ଉନ୍ନତ। ପର୍ଯ୍ୟଟକଙ୍କ ସୁବିଧା ପାଇଁ  ବନ ବିଭାଗ ତରଫରୁ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି। ପ୍ରକୃତିର ଏହି ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟକୁ ଅତି ପାଖରୁ ଦେଖିବା ପାଇଁ ଦୁଇଟି ସୁଉଚ୍ଚ ଟାୱାର ନିର୍ମାଣ କରାଯାଇଛି। ତା’ ସହ ଟେଲିସ୍କୋପର ସୁବିଧା ମଧ୍ୟ ରହିଛି।

ରହିବା ପାଇଁ ଏଠାରେ କାଠରେ ତିଆରି ହୋଇଛି ୬ଟି ବଙ୍ଗଳା। ଏଥିରେ ବସିବା, ଶୋଇବା ସହ ଭୋଜନର ମଧ୍ୟ ସୁବନ୍ଦୋବସ୍ତ ରହିଛି। ଏହା ସହିତ ଆଖପାଖ ଆଦିବାସୀ ଗାଁ ବୁଲି ଦେଖିବା ପାଇଁ ସାଇକେଲର ମଧ୍ୟ ବ୍ୟବସ୍ଥା ରହିଛି। ପିଲାଙ୍କ ପାଇଁ ଦୋଳି ବ୍ୟବସ୍ଥା ଅଛି। ସେହିପରି  ଏଠାକୁ ଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ସୁବିଧା ରହିଛି।

ବର୍ଷ ତମାମ ମଣ୍ଡାସରୁରେ ପର୍ଯ୍ୟକଟକ ଭିଡ଼ ଲାଗି ରହୁଥିବା ବେଳେ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ ଏହି ସ୍ଥାନର ନିଆରା ଅନୁଭୂତି ସାଉଁଟିବାକୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଛୁଟିଆସନ୍ତି। କନ୍ଧମାଳର ଏହି ସ୍ଥାନର କଳେବରକୁ ଦେଖିଲେ ଠିକ୍ କେରଳର ଭ୍ରମ ସୃଷ୍ଟି କରୁଛି, ତାହା ଆପଣ ଦେଖିଲେ ହିଁ ଅନୁଭବ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story