ସୋନପୁର (ଓଡ଼ିଶା ରିପୋର୍ଟର): ଅଙ୍ଗନବାଡିରେ ଅଘଟଣ। ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ କଣ୍ଟାମାଳ ବ୍ଲକ୍ ଦବଲା ପଞ୍ଚାୟତ ବଉଳସିଂହାରେ ଏହି ଅଘଟଣ ଘଟିଛି।
୮ ଶିଶୁଙ୍କ ସମେତ ଅଙ୍ଗନବାଡ଼ିର ୱାର୍କର ଓ ହେଲପର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ଏ ସମସ୍ତ ଗୁରୁତରଙ୍କୁ ସୋନପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ ସୂଚନା ମୁତାବକ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଛି। ହସ୍ପିଟାଲଙ୍କ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଆଜି ଅଙ୍ଗନବାଡି କେନ୍ଦ୍ରକୁ ୧୫ରୁ ଅଧିକ ପିଲା ପଢ଼ିବା ପାଇଁ ଆସିଥିଲେ। ଏତିକି ବେଳେ ଅଙ୍ଗନବାଡି ପରିସରରେ ଥିବା ଏକ ଗଛ ଉପରେ ମହୁମାଛି ବସା ଥିଲା। ତେବେ କୌଣସି କାରଣ ବଶତଃ ଏହି ମହୁମାଛି ବସାକୁ ଆଘାତ ଲାଗିବା ପରେ ମହୁମାଛିମାନେ ଆକ୍ରମଣ କରିଥାଇପାରନ୍ତି ବୋଲି କୁହାଯାଉଛି। କେହି ଧୂଆଁ କିମ୍ବା କେହି ପଥର ମାରିଦେଇଥିବାରୁ ମହୁମାଛି ଆକ୍ରମଣ କରିଥିବା ନେଇ ଗ୍ରାମବାସୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।
Miscellaneous
୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।
Miscellaneous
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ
୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।
Miscellaneous
୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ୯ ତାରିଖ ଜନତା ମଇଦାନରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ।