ବ୍ରହ୍ମପୁର: ଆଇଜର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ

 ବ୍ରହ୍ମପୁର: ବ୍ରହ୍ମପୁରରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ଆଇଜର୍ ପ୍ରତିଷ୍ଠା ଲାଗି  ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ସ୍ଥାୟୀ କ୍ୟାମ୍ପସ୍ ପାଇଁ ଜମି ଚିହ୍ନଟ କରିଥିବା ବେଳେ ଅସ୍ଥାୟୀ କ୍ୟାମ୍ପସ୍ ମଧ୍ୟ ଚୂଡ଼ାନ୍ତ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ପାଲୁର୍ ହିଲରେ ଥିବା ୨୪୬ ଏକର ଓ ଲଉଡ଼ି ଗାଁରେ ଥିବା ୨ ଶହ ଏକର ଜମିକୁ ସ୍ଥାୟୀ କ୍ୟାମ୍ପସ୍ ପାଇଁ ବଛାଯାଇଛି। ସେହିପରି ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ […]

berhampur

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 01:24 PM IST

 ବ୍ରହ୍ମପୁର: ବ୍ରହ୍ମପୁରରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା ଆଇଜର୍ ପ୍ରତିଷ୍ଠା ଲାଗି  ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ସ୍ଥାୟୀ କ୍ୟାମ୍ପସ୍ ପାଇଁ ଜମି ଚିହ୍ନଟ କରିଥିବା ବେଳେ ଅସ୍ଥାୟୀ କ୍ୟାମ୍ପସ୍ ମଧ୍ୟ ଚୂଡ଼ାନ୍ତ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ପାଲୁର୍ ହିଲରେ ଥିବା ୨୪୬ ଏକର ଓ ଲଉଡ଼ି ଗାଁରେ ଥିବା ୨ ଶହ ଏକର ଜମିକୁ ସ୍ଥାୟୀ କ୍ୟାମ୍ପସ୍ ପାଇଁ ବଛାଯାଇଛି। ସେହିପରି ଅସ୍ଥାୟୀ କ୍ୟାମ୍ପସ୍ ପାଇଁ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଓ ଆଉ କେତୋଟି ଘରୋଇ ବୈଷୟିକ କଲେଜକୁ ଚିହ୍ନଟ କରାଯାଇଛି। କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ।

 ୨୦୧୬-୧୭ ଶିକ୍ଷା ବର୍ଷରୁ ବ୍ରହ୍ମପୁର ଆଇଜରରେ ପାଠପଢା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି। ସେପଟେ ବ୍ରହ୍ମପୁରରେ ଏହି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଥିବାରୁ  ଛାତ୍ରଛାତ୍ରୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।

Related story