ଭଦ୍ରକ: ୧୫ ଦଫା ଦାବିରେ କଳାବ୍ୟାଜ୍ ପିନ୍ଧିଲେ ନର୍ସ

ଭଦ୍ରକ: ୧୫ ଦଫା ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସମାନେ ମଙ୍ଗଳବାର ଠାରୁ କଳାବ୍ୟାଜ୍ ପିନ୍ଧି କାମ ଆରମ୍ଭ  କରିଛନ୍ତି।  ବେତନ, ମେଟ୍ରାନ ନିଯୁକ୍ତି, ଛଅ ବର୍ଷ କାମ କରିଥିବା ନର୍ସ ମାନଙ୍କ ଚାକିରି ସ୍ଥାୟୀ କରିବା ଆଦି ୧୫ ଦଫା ଦାବି ନେଇ  ଓଡିଶା ନର୍ସିଂ କର୍ମଚାରୀ ସଂଘର  ଭଦ୍ରକ ଶାଖା ପକ୍ଷରୁ ଏହିଭଳି  ପ୍ରତିବାଦ ଆରମ୍ଭ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସେମାନେ କଳାବ୍ୟାଜ୍ ପିନ୍ଧିବେ। ଦାବି ପୂରଣ ନହେଲେ ସେପ୍ଟେମ୍ୱର ୯ ତାରିଖ ବିଧାନସଭା ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।