ଭଦ୍ରକରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୩୨ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ଏକ ଟ୍ୟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୩୨ ଜଣା ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଦ୍ରକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ରୁ ୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ୩ଜଣ ପିଲା ଅଛନ୍ତି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ୪୮ଜଣ ତୀର୍ଥଯାତ୍ରୀ ପୁରୀ ଯାଉଥିଲେ। ରାତି ପ୍ରାୟ ୩ଟା ୧୫ରେ ଚରମ୍ପା ନିକଟ ଧାମରା ଓଭରବ୍ରିଜ ସୂଚନା ଫଳକରେ ପିଟି ହୋଇ ବସଟି ରାସ୍ତାରେ […]

bhadrak

bhadrak

Rakesh Mallick
  • Published: Friday, 24 July 2015
  • Updated: 24 July 2015, 06:07 AM IST

Sports

Latest News

ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ଏକ ଟ୍ୟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୩୨ ଜଣା ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଦ୍ରକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ରୁ ୩ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ୩ଜଣ ପିଲା ଅଛନ୍ତି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ୪୮ଜଣ ତୀର୍ଥଯାତ୍ରୀ ପୁରୀ ଯାଉଥିଲେ। ରାତି ପ୍ରାୟ ୩ଟା ୧୫ରେ ଚରମ୍ପା ନିକଟ ଧାମରା ଓଭରବ୍ରିଜ ସୂଚନା ଫଳକରେ ପିଟି ହୋଇ ବସଟି ରାସ୍ତାରେ ଓଲଟି ପଡିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନଶମ ବିଭାଗ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୧୬ଜଣ ତୀର୍ଥଯାତ୍ରୀଙ୍କୁ ଭଦ୍ରକ ରେଳ ଷ୍ଟେସନରୁ ମୁର୍ଶିଦାବାଦକୁ ପଠାଇ ଦିଆଯାଇଛି । ଏହାସହ ଆହତମାନଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ପୋଲିସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos