ଭଦ୍ରକ(ପାର୍ଥସାରଥୀ ନାୟକ): ମୁଁ ଅତୁଲ୍ୟ। ଆପଣଙ୍କୁ ଗୁହାରି କରୁଛି। ମୋ ସ୍ତ୍ରୀକୁ ଖୋଜି ଆଣନ୍ତୁ। ଏମିତି ବି ଲାଗୁଛି ସେ କାହା ସହ ଚାଲି ଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ିର ଜଣେ ଯୁବକ ନିଜ ପତ୍ନୀ ନିଖୋଜ ହେବା ପରେ ଏମିତି କିଛି କହିଛନ୍ତି। ତାଙ୍କ ସ୍ତ୍ରୀ ମନ୍ଦିର ମନ୍ଦିର ଯିବା ପରେ କୁଆଡ଼େ ଚାଲିଯାଇଛନ୍ତି ବୋଲି ଦର୍ଶାଇ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି।
ଗତ ଜାନୁଆରୀ ୨୯ରେ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ମୁକୁନ୍ଦପୁର ପଞ୍ଚାୟତ କାଳିମେଘା ଗାଁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ମନ୍ଦିର ଯାଇ ଆଉ ଫେରି ନ ଥିବା ଅଭିଯୋଗ ହୋଇଛି । ତିହିଡ଼ି ବ୍ଲକର କାଳିମେଘା ଗାଁର ସମ୍ପୃକ୍ତ ମହିଳା ନିଜ ସ୍ୱାମୀ ଅମୂଲ୍ୟ ଗ୍ରହାଚାର୍ଯ୍ୟଙ୍କ ସହ ଭଦ୍ରକସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ । ଉଭୟ ପୂଜାର୍ଚ୍ଚନା କରିବା ପରେ ସ୍ତ୍ରୀ ଶୌଚ କରିବାକୁ କହି ବାହାରକୁ ଯାଇଥିଲେ । ତେବେ ଫେରିବା ବିଳମ୍ବ ହେବାରୁ ଅମୂଲ୍ୟ ତାଙ୍କୁ ଫୋନ କରିଥିଲେ । ହେଲେ ସ୍ତ୍ରୀର ମୋବାଇଲ୍ ବନ୍ଦ ଥିବାନେଇ ସନ୍ଦେହ ଉପୁଜିଥିଲା ।
ଗତ ୬ ମାସ ତଳେ ଅମୂଲ୍ୟ ବୈଦିକ ଋତିରେ ତାଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ତାଙ୍କ ପତ୍ନୀ କୁଆଡ଼େ ନିଜ ଭଣୋଇ ସହିତ ସମ୍ପର୍କରେ ଥିଲେ ବୋଲି ଅମୂଲ୍ୟ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ସ୍ତ୍ରୀ ଭିଣୋଇ ସହିତ ପଳାଇ ଯାଇଥାଇ ପାରନ୍ତି ବୋଲି ଅମୂଲ୍ୟ ଅଭିଯୋଗ କରିଛନ୍ତି। ଗଲାବେଳେ ନଗଦ ୧୦ ହଜାର ଟଙ୍କା ସହିତ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର ନେଇଯାଇଥିବା ଅମୂଲ୍ୟ ଏତଲାରେ ଦର୍ଶାଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।