ଭସାଣିକୁ ନେଇ ପଟ୍ଟାମୁଣ୍ଡାଇ ଅଶାନ୍ତ, ୧୪୪ ଧାରା ଜାରି

ପଟ୍ଟାମୁଣ୍ଡାଇ: ଗଣେଷ ଓ ଖୁଦୁରୁକୁଣୀ ବିସର୍ଜନକୁ ନେଇ ପଟ୍ଟାମୁଣ୍ଡାଇ ଅଶାନ୍ତ ହୋଇପଡ଼ିଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଗତକାଲି ଗଣେଷ ଓ ଖୁଦୁରୁକୁଣୀ ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଗତକାଲି ଗଣେଷ ବିସର୍ଜନ ଶୋଭାଯାତ୍ରା ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଶାନ୍ତି କମିଟି ମାଧ୍ୟମରେ ବିସର୍ଜନ […]

pattamundai

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 12:21 PM IST

ପଟ୍ଟାମୁଣ୍ଡାଇ: ଗଣେଷ ଓ ଖୁଦୁରୁକୁଣୀ ବିସର୍ଜନକୁ ନେଇ ପଟ୍ଟାମୁଣ୍ଡାଇ ଅଶାନ୍ତ ହୋଇପଡ଼ିଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଗତକାଲି ଗଣେଷ ଓ ଖୁଦୁରୁକୁଣୀ ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା।

ଗତକାଲି ଗଣେଷ ବିସର୍ଜନ ଶୋଭାଯାତ୍ରା ଯାଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଫଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଶାନ୍ତି କମିଟି ମାଧ୍ୟମରେ ବିସର୍ଜନ କରାଯାଇଥିଲା। ଏହାକୁ ବିରୋଧ କରି ଅନ୍ୟ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଛକ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅଞ୍ଚଳରେ ଏବେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।

Related story