ଭଦ୍ରକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବରପଦା ଇଂଜିନିୟରିଂ କଲେଜ ଛାତ୍ରଙ୍କ ବିକ୍ଷୋଭ

ଭଦ୍ରକ: ବରପଦା ଇଂଜିନିୟରିଂ କଲେଜର ଛାତ୍ରମାନେ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। କଲେଜର ଶିକ୍ଷା ବାତାବରଣ ଫେରାଇ ଆଣିବା  ଓ କଲେଜର ପରିଚାଳନା କମିଟିର ଗୁଣ୍ଡାରାଜ ବନ୍ଦ କରିବା, ଆନ୍ଦୋଳନ ରତ କର୍ମଚାରୀଙ୍କୁ ସେମାନଙ୍କର ବକେୟା ଦରମା ଦିଆଯିବା ଓ କର୍ମଚାରୀ ଆନ୍ଦୋଳନ ଯୋଗୁଁ କଲେଜରେ ବନ୍ଦ ହୋଇଥିବା ସେମିଷ୍ଟାର ପରୀକ୍ଷା କରାଯିବା  ଆଦି ୫ ଦଫା  ଦାଦି ନେଇ ବ୍ୟାନର ଓ ପ୍ଲାକାର୍ଡ ଧରି ଛାତ୍ରମାନେ ବନ୍ତ […]

darana

Rakesh Mallick
  • Published: Tuesday, 11 August 2015
  • , Updated: 11 August 2015, 04:37 AM IST

ଭଦ୍ରକ: ବରପଦା ଇଂଜିନିୟରିଂ କଲେଜର ଛାତ୍ରମାନେ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। କଲେଜର ଶିକ୍ଷା ବାତାବରଣ ଫେରାଇ ଆଣିବା  ଓ କଲେଜର ପରିଚାଳନା କମିଟିର ଗୁଣ୍ଡାରାଜ ବନ୍ଦ କରିବା, ଆନ୍ଦୋଳନ ରତ କର୍ମଚାରୀଙ୍କୁ ସେମାନଙ୍କର ବକେୟା ଦରମା ଦିଆଯିବା ଓ କର୍ମଚାରୀ ଆନ୍ଦୋଳନ ଯୋଗୁଁ କଲେଜରେ ବନ୍ଦ ହୋଇଥିବା ସେମିଷ୍ଟାର ପରୀକ୍ଷା କରାଯିବା  ଆଦି ୫ ଦଫା  ଦାଦି ନେଇ ବ୍ୟାନର ଓ ପ୍ଲାକାର୍ଡ ଧରି ଛାତ୍ରମାନେ ବନ୍ତ ଛକରୁ  ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଏ ସଂକ୍ରାନ୍ତରେ ଦଳର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମହାନ୍ତିଙ୍କୁ ଭେଟି ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

Related story