ଭିକାରୀ ଚୋର ରାକେଟର ୮ ମହିଳା ଗିରଫ

ଭୁବନେଶ୍ୱର: ଭିକାରୀ ନାଁରେ ଚୋରି ଓ ଡକାୟତି କରୁଥିବା ଅଭିଯୋଗରେ ମହିଳା ଭିକାରୀ ରାକେଟକୁ ଭୁବନେଶ୍ୱର ଜିଆରପି ଗିରଫ କରି କୋର୍ଟ ଚାଲଣ କରିଛି । ଏହି ରାକେଟରେ ପ୍ରାୟ ୮ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ମହିଳାମାନେ ଟ୍ରେନରେ ଓ କଲୋନୀମାନଙ୍କରେ ଛୋଟ ଛୋଟ ଛୁଆଙ୍କୁ ଧରି  ଭିକ୍ଷ କରିଥାନ୍ତି । ଏହି ସମୟରେ ସୁବିଧା ସୁଯୋଗ ଦେଖି ବିଭିନ୍ନ ଜିନିଷ ଚୋରି କରିଥାନ୍ତି । ଏହାସହ ଛୋଟ ଛୋଟ ଛୁଆଙ୍କୁ ମୂକ ବଧିର ଓ ଜିଭ ନ ଥିବା ନାଁରେ ଭିକ୍ଷାବୃତିରେ ସାମିଲ କରୁଛନ୍ତି । ସେମାନଙ୍କଠାରୁ ବିଭିନ୍ନ ପ୍ରକାର ନକଲି କାଗଜପତ୍ର, ମୋବାଇଲ ଜବତ କରାଯାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।