ଏଣିକି ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ । ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି ଗବେଷଣା ହେବା କଥା ତାହା ହୋଇନାହିଁ  । ଏଣିକି ସନ୍ଥକବିଙ୍କ ଜୀବନୀ ଉପରେ ଉଚ୍ଚତର ଗବେଷଣା କରାଯିବ । ଆଗାମୀ ଦିନରେ ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମ […]

dharmendra-pradhan

dharmendra-pradhan

Niharika Rout
  • Published: Saturday, 02 October 2021
  • Updated: 02 October 2021, 01:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ । ସମ୍ବଲପୁର ରେଢ଼ାଖୋଲ ଗସ୍ତବେଳେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ସେ କହିଛନ୍ତି ଯେ, ଭୀମ ଭୋଇଙ୍କ ସାହିତ୍ୟ, ଦର୍ଶନ ଉପରେ ଯେତିକି ଗବେଷଣା ହେବା କଥା ତାହା ହୋଇନାହିଁ  । ଏଣିକି ସନ୍ଥକବିଙ୍କ ଜୀବନୀ ଉପରେ ଉଚ୍ଚତର ଗବେଷଣା କରାଯିବ । ଆଗାମୀ ଦିନରେ ୟୁଜିସି ପାଠ୍ୟକ୍ରମରେ ସନ୍ଥ କବି ଭୀମ ଭୋଇଙ୍କୁ ଅଗ୍ରାଧିକାର ଦିଆଯିବ ।

ଏହାସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଚେୟାର ପ୍ରତିଷ୍ଠା ହେବ  ।  ବିଭିନ୍ନ ରାଜ୍ୟରେ  ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଏଥିନିମନ୍ତେ ବ୍ୟବସ୍ଥା କରାଯିବ । ଯାହାଦ୍ୱାରା ପଛୁଆ ଅଞ୍ଚଳର ଶତାଦ୍ଦି, ଶତାଦ୍ଦି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ବିଚାର  ବିଚାର ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos