ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଆଜିଠୁ ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା ତେବେ ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକାରେ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ । କୋଭିଡ୍ କଟକଣା ଭିତରେ ସମସ୍ତ ଗାଇଡଲାଇନ୍ ମାନି ପର୍ଯ୍ୟଟକମାନେ ଅଭୟାରଣ୍ୟ ବୁଲି ପାରିବେ ।
ତେବେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ କରିପାରିବେ । ଏଥିପାଇଁ ଓଡ଼ିଶା ଇକୋ ଟୁରିଜିମରେ ଅନ୍ଲାଇନ୍ରେ ବୁକ୍ କରିପାରିବେ । କଟେଜ ଓ ବୋଟଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ।
ତେବେ କେବଳ ରାତ୍ରୀଯାପନ ପାଇଁ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଙ୍ଗଠନ ବିରୋଧ କରିଛନ୍ତି । ପ୍ରଶାସନର ଏହି ନିଷ୍ପତ୍ତି ଯୋଗୁ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟକ ଭିତରକନିକା ବୁଲିପାରିବେ ନାହିଁ। ଏହା ପ୍ରତିବାଦରେ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ
କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।
Crime
ଯୌତୁକ ପାଇଁ ମାରିଦେଲେ! ୧୦ ମାସ ତଳେ ହୋଇଥିଲା ବାହାଘର
ବାପ ଘର ଲୋକ ଅଭିଯୋଗ କରିଛନ୍ତି ଯେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି। ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯଦି ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତା’ର କାରଣ ଯୌତୁକ ନିର୍ଯାତନା ନୁହେଁ ତ?
Events & Festivals
ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l
Miscellaneous
ନକ୍ସଲ ଡମ୍ପ ଠାବ; ବନ୍ଧୁକ ଓ ଗୁଳି ଜବତ
ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍ପି।
Miscellaneous
ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, ୧୬ରୁ ପୁଣି ଚାଲିବ
ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ।