ବ୍ରହ୍ମପୁର ଓ ଖଲିକୋଟ ବିଶ୍ୱବିଦ୍ୟାଳୟରେ ନାକ୍ ଟିମ୍

ବ୍ରହ୍ମପୁର: ବ୍ରହ୍ମପୁର ଓ ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଆଜି ୟୁଜିସିର ନାକ୍ ଟିମ୍ ପରିଦର୍ଶନରେ ଆସିଛନ୍ତି। ପ୍ରଫେସର ଏମ. ପଠାନଙ୍କ ନେତୃତ୍ୱରେ ୟୁଜିସିର ଏହି ୧୦ ଜଣିଆ ଟିମ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି। ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି  ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ଏହି ଟିମ୍ ସମୀକ୍ଷା କରିବ। ସେହିପରି ପ୍ରଫେସର ଏସ. ସତ୍ୟନାରାୟଣଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଖଲିକୋଟ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି। ଆଜିଠାରୁ ୨୨ […]

b

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 06:12 AM IST

ବ୍ରହ୍ମପୁର: ବ୍ରହ୍ମପୁର ଓ ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଆଜି ୟୁଜିସିର ନାକ୍ ଟିମ୍ ପରିଦର୍ଶନରେ ଆସିଛନ୍ତି। ପ୍ରଫେସର ଏମ. ପଠାନଙ୍କ ନେତୃତ୍ୱରେ ୟୁଜିସିର ଏହି ୧୦ ଜଣିଆ ଟିମ୍ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି। ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି  ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ଏହି ଟିମ୍ ସମୀକ୍ଷା କରିବ। ସେହିପରି ପ୍ରଫେସର ଏସ. ସତ୍ୟନାରାୟଣଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଖଲିକୋଟ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି। ଆଜିଠାରୁ ୨୨ ତାରିଖ ଯାଏଁ ଖଲିକୋଟ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ମଧ୍ୟ ଏହି ଟିମ୍ ସମୀକ୍ଷା କରିବ।

Related story