ଏୟାରପୋର୍ଟ ଆଗରେ ହାଇଡ୍ରାମା ଘଟଣା: ଥାନାର ଦ୍ୱାରସ୍ଥ ହେଲେ ମାଡ଼ ଖାଇଥିବା ମହିଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ଯୁବତୀଙ୍କୁ ଜଣେ ମହିଳା ମାଡ଼ ମରିବା ଘଟଣା ନୂଆମୋଡ଼ ନେଇଛି। ମାଡ଼ ଖାଇଥିବା ମହିଳା, ମାଡ ମାରିଥିବା ମହିଳା ସିଲା ପଟ୍ଟନାୟକଙ୍କ ବିରୁଦ୍ଧରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗ କରିଛନ୍ତି। ଏୟାରପୋର୍ଟ ଭଳି ସମ୍ବେଦନଶୀଳ ସ୍ଥାନରେ ସିଲା ପଟ୍ଟନାୟକ ଓ ଭଡାଟିଆ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କ ଗିରଫ ଦାବି କରିଛନ୍ତି ମାଡ ଖାଇଥିବା […]

Rakesh Mallick
  • Published: Sunday, 27 August 2017
  • , Updated: 27 August 2017, 10:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ଯୁବତୀଙ୍କୁ ଜଣେ ମହିଳା ମାଡ଼ ମରିବା ଘଟଣା ନୂଆମୋଡ଼ ନେଇଛି। ମାଡ଼ ଖାଇଥିବା ମହିଳା, ମାଡ ମାରିଥିବା ମହିଳା ସିଲା ପଟ୍ଟନାୟକଙ୍କ ବିରୁଦ୍ଧରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗ କରିଛନ୍ତି।

ଏୟାରପୋର୍ଟ ଭଳି ସମ୍ବେଦନଶୀଳ ସ୍ଥାନରେ ସିଲା ପଟ୍ଟନାୟକ ଓ ଭଡାଟିଆ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିଥିବାରୁ ସେମାନଙ୍କ ଗିରଫ ଦାବି କରିଛନ୍ତି ମାଡ ଖାଇଥିବା ମହିଲା। ଏହାସହ ମାଡ ଖାଇଥିବା ମହିଳାଙ୍କ ସହ ଥିବା ଜଣେ ଯୁବକ ମଧ୍ୟ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଜଣେ ମହିଳା (ମାଡ ଖାଇଥିବା ମହିଳା)ଙ୍କ ସହ ସ୍ୱାମୀ ବାଙ୍ଗଲୋରରୁ ଏକାଠି ଫେରୁଥିବା ଜାଣି ନିଜ ସହଯୋଗୀଙ୍କ ସହ ଏୟାରପୋର୍ଟରେ ଅପେକ୍ଷା କରିଥିଲେ ସିଲା। ଆଉ ରଙ୍ଗେହାତରେ ଉଭୟଙ୍କୁ ଧରିବା ପରେ ପତିଙ୍କ ପ୍ରେମିକା ଉପରେ ପତ୍ନୀ ଆରମ୍ଭ କରିଦେଇଥିଲେ ଉତ୍ତମ ମଧ୍ୟମ, ଟଣାଓଟରା ଓ ଝିଙ୍କାଝିଙ୍କି।

ଆହୁରି ପଢ଼ନ୍ତୁ: ଏୟାରପୋର୍ଟ ଆଗରେ ହାଇଡ୍ରାମା: ସ୍ୱାମୀଙ୍କ ପ୍ରେମିକାଙ୍କୁ ଛେଚିଲେ, ଚୁଟି ଘୋଷାରି ଭିଡିଓ ବନେଇଲେ

Related story