ମାର୍ଚ୍ଚରେ ମେ’ ତାତି, ରାଜଧାନୀରେ ପାରଦ ୩୭ ଡିଗ୍ରୀ

ଭୁବନେଶ୍ୱର: ମାର୍ଚ୍ଚରେ ମେ’ ମାସର ତାତି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ର ୩୭ ଡିଗ୍ରୀ ରହିଥିଲା। ଏହାର ପଛକୁ ବାଲେଶ୍ୱରରେ ୩୪.୬ ଡିଗ୍ରୀ ଥିବା ବେଳେ ହୀରାକୁଦରେ ୩୪ ଡିଗ୍ରୀ ରହିଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଆସନ୍ତା ୫ ତାରିଖରେ ଉତ୍ତର ଓଡ଼ିଶାରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ୬ […]

weather

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 10:47 PM IST

ଭୁବନେଶ୍ୱର: ମାର୍ଚ୍ଚରେ ମେ’ ମାସର ତାତି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ର ୩୭ ଡିଗ୍ରୀ ରହିଥିଲା। ଏହାର ପଛକୁ ବାଲେଶ୍ୱରରେ ୩୪.୬ ଡିଗ୍ରୀ ଥିବା ବେଳେ ହୀରାକୁଦରେ ୩୪ ଡିଗ୍ରୀ ରହିଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଆସନ୍ତା ୫ ତାରିଖରେ ଉତ୍ତର ଓଡ଼ିଶାରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ୬ ତାରିଖ ପରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମିବ। ୧୯୭୧ରୁ ୨୦୦୦ ମସିହା ପର୍ଯ୍ୟନ୍ତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ ଚଳିତବର୍ଷ ଉକ୍ତ ମାସ ଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିବ।”

Related story