୧୫ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୫ ଶିଳ୍ପ ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ୱରରେ ଥିବା ଫାଲକନ୍ ମେରାଇନ୍ ଏକ୍ସପର୍ଟ ଲିମିଟେଡର ସିଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ। ଏହି ପ୍ଲାଣ୍ଟକୁ ଦେଶର ସବୁଠାରୁ ବୃହତ ସିଫୁଡ ପ୍ଲାଣ୍ଟ ବୋଲି କୁହାଯାଇଛି। ସେହିପରି  କଟକ ରାମଦାସପୁରରେ ଜୟ ଭାରତ ମସଲାର ସମ୍ପ୍ରସାରଣକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାରେ ଇଣ୍ଡୋ ନିସିନ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡର ଇନଷ୍ଟାଣ୍ଟ ନୁଡୁଲ୍ସ ପ୍ରଡକସନ୍ ଫେସିଲିଟିକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଶିଳ୍ପଗୁଡିକ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ‘ଗୋ ସୁଇଫ୍ଟ ଲଞ୍ଚ’ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,-ସରକାରଙ୍କ ଭିଜନ ୨୦୨୫କୁ ସଫଳ କରିବା ପାଇଁ ୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ଅଢେଇ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ।

ଏହା ସହିତ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉନ୍ମୋଚନ ହୋଇଛି। ଆସନ୍ତା ବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡିଶା କନକ୍ଲେଭ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Ordigital Desk
• Published: Thursday, 16 November 2017
• Updated: 16 November 2017, 02:12 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୫ ଶିଳ୍ପ ପ୍ରକଳ୍ପ ମଧ୍ୟରେ ରହିଛି ବାଲେଶ୍ୱରରେ ଥିବା ଫାଲକନ୍ ମେରାଇନ୍ ଏକ୍ସପର୍ଟ ଲିମିଟେଡର ସିଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ। ଏହି ପ୍ଲାଣ୍ଟକୁ ଦେଶର ସବୁଠାରୁ ବୃହତ ସିଫୁଡ ପ୍ଲାଣ୍ଟ ବୋଲି କୁହାଯାଇଛି। ସେହିପରି  କଟକ ରାମଦାସପୁରରେ ଜୟ ଭାରତ ମସଲାର ସମ୍ପ୍ରସାରଣକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାରେ ଇଣ୍ଡୋ ନିସିନ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡର ଇନଷ୍ଟାଣ୍ଟ ନୁଡୁଲ୍ସ ପ୍ରଡକସନ୍ ଫେସିଲିଟିକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଶିଳ୍ପଗୁଡିକ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ‘ଗୋ ସୁଇଫ୍ଟ ଲଞ୍ଚ’ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,-ସରକାରଙ୍କ ଭିଜନ ୨୦୨୫କୁ ସଫଳ କରିବା ପାଇଁ ୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିପାଇଁ ଅଢେଇ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ।

ଏହା ସହିତ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଉନ୍ମୋଚନ ହୋଇଛି। ଆସନ୍ତା ବର୍ଷ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡିଶା କନକ୍ଲେଭ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos