ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା, ୩ ହତ୍ୟାକାରୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା କରାଯାଇଥିଲା। ଏହି ମାମଲାର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକତରଫା ପ୍ରେମରେ ବିଫଳ ହେବାରୁ ଭାଇକୁ ଘରୁ ଡାକି ହତ୍ୟା କରାଯାଇଥିବା ପୁଲିସ କହିଛି। ପୂରା ଘଟଣା ଏମିତି। ରାଜକିଶୋର ବେହେରା ଓରଫ ରାଜା ଜଣେ ଯୁବତୀଙ୍କୁ ଏକ ତରଫା ଭଲ ପାଉଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ନଥିଲେ। ବାଲିଅନ୍ତା […]

BBSR

BBSR

Manoranjan Sial
  • Published: Monday, 11 July 2022
  • Updated: 11 July 2022, 10:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା କରାଯାଇଥିଲା। ଏହି ମାମଲାର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏକତରଫା ପ୍ରେମରେ ବିଫଳ ହେବାରୁ ଭାଇକୁ ଘରୁ ଡାକି ହତ୍ୟା କରାଯାଇଥିବା ପୁଲିସ କହିଛି।

ପୂରା ଘଟଣା ଏମିତି। ରାଜକିଶୋର ବେହେରା ଓରଫ ରାଜା ଜଣେ ଯୁବତୀଙ୍କୁ ଏକ ତରଫା ଭଲ ପାଉଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକ ଏଥିରେ ରାଜି ନଥିଲେ। ବାଲିଅନ୍ତା ଶିିଶିଲୋ ଗାଁର ଆଶିଷ ଓଝା ମଧ୍ୟ ବିରୋଧ କରିଥିଲେ। ଯାହାକୁ ନେଇ ରାଜା ଓ ଆଶିଷଙ୍କ ମଧ୍ୟ ଶତ୍ରୁତା ସୃଷ୍ଟି ହୋଇଥିଲା। ଆଶିଷକୁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍‌ କରିଥିଲା ରାଜା। ଏପରିକି ଆଶିଷଙ୍କୁ ହତ୍ୟା କରିବା ପାଇଁ ଗାଁରେ ବୁଲି ବୁଲି ଖୋଲମ୍‌ ଖୋଲା କହୁଥିବା ପୁଲିସ କହିଛି।

୬ ତାରିଖ ରାତିରେ ଦୁର୍ଯୋଧନ ବେହେରା ଓରଫ ସିପୁକୁ ରାଜା ଗାଁ ପାଖ ଖେଳ ପଡ଼ିଆକୁ ଡାକିଥିଲା। ଡାକର ସିପୁ ଆସିଥିଲା। ସେଠାରେ ଉଭୟ ମିଶି ମଦ ପିଇଥିଲେ। ମଦ ନିଶାରେ ଉଭୟ ବବୁଲ୍‌ ଓରଫ୍‌ ରାକେଶ ସେଠୀଙ୍କୁ ଡାକିଥିଲେ। ସେ ଆସିବା ପରେ ତିନି ଜଣ ମିଶି ମଦ ପିଇଥିଲେ। ଏହା ପରେ ଆଶିଷକୁ ଡାକିବା ପାଇଁ ବବୁଲ୍‌ଙ୍କୁ ରାଜା ଓ ସିପୁ କହିଥିଲେ। ମଦ ପିଇବା କଥା କହିଲେ ଆଶିଷ ଆସିବ ବୋଲି ରାଜା ଓ ସିପୁକୁ ବବୁଲ୍‌ କହିଥିଲା। ଏହା ପରେ ଉଭୟ ମଦ କିଣି ବବୁଲ୍‌କୁ ଦେଇଥିଲେ।

ମଦ ପିଇବା ପାଇଁ ଆଶିଷକୁ ଡାକିଥିଲା ବବୁଲ୍‌। ସାଙ୍ଗଠାରୁ ଡାକରା ପାଇ ଆଶିଷ ସାଇକେଲ୍‌ରେ ଆସିଥିଲା। ଧାନୁଆ ନଈ ପାର୍ଶ୍ୱରେ ଉଭୟ ବବୁଲ୍‌ ଓ ଆଶିଷ ମିଶି ମଦ ପିଇ ଥିଲେ। ମଦ ପିଇ ସାରିବା ପରେ ବବୁଲ୍‌ ଚାଲାକ କରି ଆଗେ ଚାଲି ଯାଇଥିଲା। ଆଶିଷ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଛପି ରହିଥିବା ସିପୁ ପ୍ରଥମେ ମଦ ବୋତଲରେ ଆକ୍ରମଣ କରିଥିଲା। ଆଶିଷ ତଳେ ପଡ଼ିଯିବା ପରେ ଉଭୟ(ରାଜା ଓ ସିପୁ) ଗାମୁଛାରେ ତା’ ତଣ୍ଟି ଚିପି ଦେଇଥିଲେ। ପରେ ରାଜା, ଆଶିଷର ମୁହଁକୁ କାଦୁଅ ମାଡି ବସିଥିଲା। ସେହିଠାରେ ଆଶିଷର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଉଭୟ ଘରକୁ ପଳାଇ ଆସିଥିଲା।

୭ ତାରିଖ ସକାଳେ ଆଶିଷଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ଚମ୍ପଟ ମାରୁଥିବା ବେଳେ ପୁଲିସ ମାଡ଼ି ବସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos