ଭୁବନେଶ୍ୱର ଇଏସଆଇ ହସପିଟାଲ୍ ହେବ ସୁପର୍ ସ୍ପେଶାଲିଷ୍ଟ୍ ହସପିଟାଲ୍: କେନ୍ଦ୍ର ଶ୍ରମମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଇଏସଆଇ ହସପିଟାଲ୍ ହେବ ସୁପର୍ ସ୍ପେଶାଲିଷ୍ଟ୍ ହସପିଟାଲ୍। ହସପିଟାଲର ଶଯ୍ୟା ସଂଖ୍ୟାକୁ  ୫୦ ରୁ ୧୦୦କୁ ବୃଦ୍ଧି କରାଯିବ। ଏଥିପାଇଁ ଦୁଇ ମାସ ଲାଗିବ। ରବିବାର ଏ ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରବିବାର ଏଠାରେ ଆସି ପହଞ୍ଚିଥିବା ଶ୍ରୀ ଦତ୍ତାତ୍ରେୟ ଇଏସଆଇ ହସପିଟାଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ଇଏସଆଇ […]

dattatreya

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 08:24 AM IST

ଭୁବନେଶ୍ୱର: ଭୁବନେଶ୍ୱର ଇଏସଆଇ ହସପିଟାଲ୍ ହେବ ସୁପର୍ ସ୍ପେଶାଲିଷ୍ଟ୍ ହସପିଟାଲ୍। ହସପିଟାଲର ଶଯ୍ୟା ସଂଖ୍ୟାକୁ  ୫୦ ରୁ ୧୦୦କୁ ବୃଦ୍ଧି କରାଯିବ। ଏଥିପାଇଁ ଦୁଇ ମାସ ଲାଗିବ। ରବିବାର ଏ ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରବିବାର ଏଠାରେ ଆସି ପହଞ୍ଚିଥିବା ଶ୍ରୀ ଦତ୍ତାତ୍ରେୟ ଇଏସଆଇ ହସପିଟାଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶାରେ ଏବେ ଇଏସଆଇ ମେଡିକାଲ କଲେଜ ଖୋଲା ଯିବାର ଯୋଜନା ନାହିଁ। ତେବେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ କଟକ ଜିଲ୍ଲାର ଖୁଣ୍ଟୁଣୀରେ ଦୁଇଟି ଇଏସଆଇ ଡିସପେନ୍ସାରୀ ଖୋଲିବାକୁ ପରାମର୍ଶ ଦିଆଯାଇଛି।

ଶ୍ରମମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ଆହୁରି ମଧ୍ୟ କହିଛନ୍ତି ଯେ ବିଡ଼ି ଶ୍ରମିକଙ୍କ ଗୃହ ନିର୍ମାଣ ଅନୁଦାନ ରାଶିକୁ ବୃଦ୍ଧି କରାଯିବ। ପୂର୍ବରୁ ବିଡ଼ି ଶ୍ରମିକଙ୍କ ଗୃହ ନିର୍ମାଣ ପାଇଁ ୪୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ଏହାକୁ ଲକ୍ଷେ ଟଙ୍କାକୁ ବୃଦ୍ଧି କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରମମନ୍ତ୍ରୀ ଶ୍ରୀ ଦତ୍ତାତ୍ରେୟ ଭୁବନେଶ୍ୱର ସ୍ଥିତ ଇଏସଆଇ ହସପିଟାଲ ବୁଲି ଦେଖିଥିଲେ ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲା। ଡାକ୍ତରଖାନାର ବ୍ୟବସ୍ଥା ଓ ଅବ୍ୟବସ୍ଥା ସଂପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ।

Related story