ଭୁବନେଶ୍ୱର: ଅନଲାଇନରେ ଠକେଇ ଅଭିଯୋଗ, ଦିଲ୍ଲୀରୁ ୨ ଗିରଫ

ଭୁବନେଶ୍ୱର: ନିଜକୁ ବୀମା କମ୍ପାନୀର କର୍ମଚାରୀ କହି ଅନଲାଇନରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ  ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏହି ଦୁଇ ଠକଙ୍କୁ ଦିଲ୍ଲୀରୁ ଗିରଫ କରି ଭୁବନେଶ୍ୱର ଆଣିଛି ପୋଲିସ। ଆଜି ସେମାନଙ୍କ କୋର୍ଟ ଚାଲାଣ କରାଯିବ। ଗିରଫ ଦୁଇ ଜଣ ହେଲେ ନଦିମ୍ ସୈଫ ଓ ରାମଦତ୍ତ ସାଇରା। ଏମାନେ ବୀମା ଅବଧି ପୁରି ଯାଇଥିବା ଏବଂ ଅଧାରୁ ବନ୍ଦ ହୋଇଯାଇଥିବା ବୀମାର ରାଶିକୁ ଫେରାଇବା ପ୍ରଲୋଭନ ଦେଖାଇ ବିଭିନ୍ନ […]

two arrested from delhi

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 02:32 AM IST

ଭୁବନେଶ୍ୱର: ନିଜକୁ ବୀମା କମ୍ପାନୀର କର୍ମଚାରୀ କହି ଅନଲାଇନରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ  ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏହି ଦୁଇ ଠକଙ୍କୁ ଦିଲ୍ଲୀରୁ ଗିରଫ କରି ଭୁବନେଶ୍ୱର ଆଣିଛି ପୋଲିସ। ଆଜି ସେମାନଙ୍କ କୋର୍ଟ ଚାଲାଣ କରାଯିବ। ଗିରଫ ଦୁଇ ଜଣ ହେଲେ ନଦିମ୍ ସୈଫ ଓ ରାମଦତ୍ତ ସାଇରା। ଏମାନେ ବୀମା ଅବଧି ପୁରି ଯାଇଥିବା ଏବଂ ଅଧାରୁ ବନ୍ଦ ହୋଇଯାଇଥିବା ବୀମାର ରାଶିକୁ ଫେରାଇବା ପ୍ରଲୋଭନ ଦେଖାଇ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କ। ଠକି ନେଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଏକ ରାକେଟ୍ ଜରିଆରେ ସେମାନେ ଏଭଳି ଠକେଇ କରୁଥିବା  ଜାଣିବାକୁ ପାଇଛି । ରାକେଟର ଅନ୍ୟ ସଦସ୍ୟଙ୍କୁ ଗିରଫ ପାଇଁ ତନାଘନା ଚଳେଇଛି ପୋଲିସ।

Related story