ଆଦିବାସୀ ଉପଦେଷ୍ଟା ପରିଷଦ ପୁନର୍ଗଠନ କରି ଭୁଲିଗଲେ ସରକାର: ୫ବର୍ଷ ଧରି ବସିନି ବୈଠକ, ଆଦିବାସୀ ବିଧାୟକମାନେ ବି ଚୁପ୍‌

ରାଜ୍ୟରେ ଆଦିବାସୀ ସମୁଦାୟର ପ୍ରାୟ ଏକ କୋଟି ଲୋକ ରହୁଥିଲେ ମଧ୍ୟ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଓ ଆଇନଗତ ଅଧିକାର ଦେବାରେ ନବୀନ ପଟ୍ଟନାୟକ ସରକାର ବିଫଳ ହୋଇଛନ୍ତି ।

odisha assembly PhotoOR

ବିଧାନସଭା

Ordigital Desk
  • Published: Saturday, 18 March 2023
  • Updated: 18 March 2023, 09:08 PM IST

Sports

Latest News

ରାଜ୍ୟରେ ଆଦିବାସୀ ସମୁଦାୟର ପ୍ରାୟ ଏକ କୋଟି ଲୋକ ରହୁଥିଲେ ମଧ୍ୟ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଓ ଆଇନଗତ ଅଧିକାର ଦେବାରେ ନବୀନ ପଟ୍ଟନାୟକ ସରକାର ବିଫଳ ହୋଇଛନ୍ତି । ଆଦିବାସୀବହୁଳ ଅଂଚଳରେ ୨୭ବର୍ଷ ପରେ ପେସା ଆଇନକୁ ଠିକ୍ ଭାବେ ଲାଗୁ କରିବାରେ ବିଫଳ ରାଜ୍ୟ ସରକାର ଆଦିବାସୀ ବର୍ଗଙ୍କ ସ୍ୱାର୍ଥ ରକ୍ଷା କରୁଥିବା ‘ଆଦିବାସୀ ଉପଦେଷ୍ଟା ପରିଷଦ’(ଟିଏସି)କୁ ବି କୋମାରେ ରଖିଛନ୍ତି । ଏପରିକି ୨୦୧୯ ସାଧାରଣ ନିର୍ବାଚନର ପ୍ରାୟ ସାଢ଼େ ୩ବର୍ଷ ଚୁପ୍ ଥିବା ରାଜ୍ୟ ସରକାର ବହୁ ହୋ-ହାଲ୍ଲା ପରେ ଗତବର୍ଷ ଅଗଷ୍ଟ ମାସରେ ଏହି ଉପଦେଷ୍ଟା ପରିଷଦର ପୁନର୍ଗଠନ କରିଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ବୈଠକ ଡାକିବାରେ ଆଗ୍ରହ ଦେଖାଇ ନାହାନ୍ତି ।

ରାଜ୍ୟରେ ଗତ ୧୦ବର୍ଷ ମଧ୍ୟରେ ମାତ୍ର ୩ଥର ଉପଦେଷ୍ଟା ପରିଷଦର ବୈଠକ ବସିଥିବାବେଳେ ଶେଷଥର ପାଇଁ ୨୦୧୮ ଜୁନ୍ ୨୮ତାରିଖରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଏହି ଉପଦେଷ୍ଟା ପରିଷଦ ଅକାମୀ ହୋଇ ରହିଥିବାକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ପଶିନି କିମ୍ବା ଏହି ଉପଦେଷ୍ଟା ପରିଷଦର ବୈଠକ ଡାକିବାକୁ ଆଗ୍ରହ ଦେଖାଇନାହାନ୍ତି । ଏପରିକି ରାଜ୍ୟରେ ୩୪ଜଣ ଆଦିବାସୀ ବିଧାୟକ ଥିଲେ ମଧ୍ୟ ଏହି ପରିଷଦକୁ କାହିଁକି ଅକାମୀ କରି ରଖାଯାଇଛି ସେନେଇ ବି ବିଧାନସଭାରେ ମୁହଁ ଖୋଲୁନଥିବା ଜଣାପଡ଼ିଛି ।

Also Read

ଆଜି ବିଧାନସଭାରେ ମନ୍ତ୍ରୀ ଶ୍ରୀ ସାରକା ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ ୩ଥର ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି) ଗଠନ କରାଯାଇଥିଲା । ଏହାର ୩ଟି ବୈଠକ ୨୦୧୩ ଜୁଲାଇ ୨୭, ୨୦୧୫ ମେ’ ୧୪ ଓ ୨୦୧୮ ଜୁନ୍ ୨୮ତାରିଖରେ ହୋଇଥିଲା । ପ୍ରତ୍ୟେକ ବିଧାନସଭା ନିର୍ବାଚନ ପରେ ନୂଆ ଉପଦେଷ୍ଟା ପରିଷଦ ଗଠନର ପ୍ରାବଧାନ ଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନର ପ୍ରାୟ ୩ବର୍ଷ ପରେ ୨୦୨୨ ଅଗଷ୍ଟ ୨ ତାରିଖରେ ଏହି ପରିଷଦର ପୁର୍ନଗଠନ ହୋଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଉପଦେଷ୍ଟା ପରିଷଦରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ, ବିଜେଡିର ୨ଜଣ ସାଂସଦ ଓ ୯ଜଣ ବିଧାୟକ, ବିଜେପିର ୩ଜଣ ବିଧାୟକ, ଜଣେ ଲେଖାଏଁ କଂଗ୍ରେସ,ସିପିଏମ ଓ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୨୦ଜଣ ସଦସ୍ୟ ରହିଛନ୍ତି । କିନ୍ତୁ ଏହି ପରିଷଦର ବୈଠକ ଶେଷଥର ପାଇଁ ୨୦୧୮ ମସିହା ଜୁନ୍ ମାସରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସରକାର ଏହାର ବୈଠକ ଡାକିବାକୁ ଆଗ୍ରହ ଦେଖାଉନାହାନ୍ତି ।

ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି)କୁ ଅକାମୀ କରି ରଖିବାକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାମଲାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିନ୍ତୁ ବୋଲି କହିଥିଲେ । ଏହି ଟିଏସି ଅକାମୀ ଥିବାରୁ ରାଷ୍ଟ୍ରପତିଙ୍କୁ ଠିକ୍ ସମୟରେ ରାଜ୍ୟପାଳଙ୍କ ରିପୋର୍ଟ ଦେବା ସମ୍ଭବପର ହେଉନି । ଏପରିକି ଆଦିବାସୀଙ୍କ ପାଇଁ ନୂଆ ନୀତି ଓ କାର୍ଯ୍ୟକ୍ରମ ମଧ୍ୟ ଏହି ପରିଷଦର ବିନା ଅନୁମୋଦନରେ ଲାଗୁ କରାଯାଉଛି । ଯାହାକି ଏହି ପରିଷଦ ଗଠନର ଉଦ୍ଦେଶ୍ୟକୁ ବାଧିତ କରୁଛି ବୋଲି କହିଥିଲେ ।

ମାତ୍ର ଭୋଟବ୍ୟାଙ୍କ ପାଇଁ ଆଦିବାସୀଙ୍କୁ ଉପଯୋଗ କରୁଥିବା ରାଜ୍ୟ ସରକାର ଏଥିପ୍ରତି ବିଶେଷ ଆନ୍ତରିକତା ଦେଖାଇନାହାନ୍ତି । ରାଜ୍ୟରେ ପେଷା ରୁଲସ୍ ପ୍ରଣୟନ କରିବାରେ ୨୭ବର୍ଷ ଧରି ଟାଳଟୂଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ସରକାର ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ଡାକିବାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଆଉ ସବୁଠୁ ଉଦବେଗର ବିଷୟ ହେଉଛି, ରାଜ୍ୟର ୨୩ ପ୍ରତିଶତ ଆଦିବାସୀ ସମୁଦାୟର ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ୩୪ଜଣ ଆଦିବାସୀ ବିଧାୟକ ଏହି ଉପଦେଷ୍ଟା ପରିଷଦ କୋମାରେ ରହିବାକୁ ନେଇ ନିରବତା ଅବଲମ୍ବନ କରିଛନ୍ତି ।

ସୂଚନାଯୋଗ୍ୟ, ଶେଷଥର ପାଇଁ ୨୦୧୮ ମାର୍ଚ୍ଚ ୩୦ତାରିଖରେ ବିଧାନସଭାରେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ କାର୍ହିକି ସରକାର ଡାକୁନାହାନ୍ତି ବୋଲି କଂଗ୍ରେସ ଉଠାଇବା ସହ ହଟ୍ଟଗୋଳ କରିବାରୁ ଗୃହ ମୁଲତବୀ ରହିଥିଲା । ଯେଉଁଥିପାଇଁ ସରକାର ବାଧ୍ୟ ହୋଇ ସେହିବର୍ଷ ଜୁନରେ ଏହି ଉପଦେଷ୍ଟା ପରିଷଦ ବୈଠକ ଡାକିଥିଲେ । ସେହିପରି ରାଜ୍ୟପାଳଙ୍କ ଅସନ୍ତୋଷ ଓ ଗଣମାଧ୍ୟମରେ ଏନେଇ ତୀବ୍ର ସମାଲୋଚନା ପରେ ରାଜ୍ୟ ସରକାର ଗତ ୨୦୨୨ ଅଗଷ୍ଟ ୨ତାରିଖରେ ଆଦିବାସୀ ଉପଦେଷ୍ଟା ପରିଷଦ ଗଠନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତା’ର ବୈଠକ ଡାକିନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story