କୁଆଡ଼େ ଗଲେ ଏମ୍ସର ଡାକ୍ତରୀ ଛାତ୍ର?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜମ୍ମୁ ଓ କାଶ୍ମୀରର କୁପଓ୍ୱାଡ଼ା ଜିଲ୍ଲାର ସୋହେଲ। ୨୦୧୬ରୁ ଭୁବନେଶ୍ୱର ଏମ୍ସରେ ପଢୁଥିଲେ।  ତେବେ ଗତ ୯ ତାରିଖରୁ ତାଙ୍କର ପତ୍ତା ମିଳୁନାହିଁ। ପୋଲିସ କୌଣସି ସୁରାକ ପାଇପାରୁନାହିଁ। ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯିବେ ବୋଲି ସେ ସହପାଠୀଙ୍କୁ କହିଥିଲେ। ୧୭ତାରିଖରେ ଫେରିବେ ବୋଲି ମଧ୍ୟ କହିଥିଲେ। ୧୭ରେ ନଫେରିବାରୁ ୧୮ ତାରିଖରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଏମ୍ସ୍‌ କର୍ତ୍ତୃପକ୍ଷ।  ପୋଲିସ ସୋହେଲଙ୍କ ରୁମରୁ ଏକ ହାତଲେଖା ଚିଠି ଜବତ […]

vlcsnap-2018-02-26-08h02m18s889

Rakesh Mallick
  • Published: Monday, 26 February 2018
  • , Updated: 26 February 2018, 08:16 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜମ୍ମୁ ଓ କାଶ୍ମୀରର କୁପଓ୍ୱାଡ଼ା ଜିଲ୍ଲାର ସୋହେଲ। ୨୦୧୬ରୁ ଭୁବନେଶ୍ୱର ଏମ୍ସରେ ପଢୁଥିଲେ।  ତେବେ ଗତ ୯ ତାରିଖରୁ ତାଙ୍କର ପତ୍ତା ମିଳୁନାହିଁ। ପୋଲିସ କୌଣସି ସୁରାକ ପାଇପାରୁନାହିଁ। ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯିବେ ବୋଲି ସେ ସହପାଠୀଙ୍କୁ କହିଥିଲେ। ୧୭ତାରିଖରେ ଫେରିବେ ବୋଲି ମଧ୍ୟ କହିଥିଲେ। ୧୭ରେ ନଫେରିବାରୁ ୧୮ ତାରିଖରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଏମ୍ସ୍‌ କର୍ତ୍ତୃପକ୍ଷ।  ପୋଲିସ ସୋହେଲଙ୍କ ରୁମରୁ ଏକ ହାତଲେଖା ଚିଠି ଜବତ କରିଛି। ଏଥିରେ ‘ଆଇ କୁଇଟ୍, ଥ୍ୟାଙ୍କସ ଟୁ ଅଲ୍’ ଲେଖାଯାଇଥିବା ପୋଲିସ ସୂଚନା ଦେଇଛି। ସେହିପରି ସୋହେଲଙ୍କ ଫୋନ ଶେଷଥର ପାଇଁ ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ହାଓ୍ୱଡ଼ାରେ ଟ୍ରାକ୍ ହୋଇଥିବା କହିଛି ପୋଲିସ।

ଗତ ପରୀକ୍ଷାରେ ଖରାପ କରିଥିଲେ ସୋହେଲ। ସେପଟେ ସୋହେଲଙ୍କ ଘର କୁପଓ୍ୱାଡ଼ା ଜିଲ୍ଲା ଆତଙ୍କବାଦ ପ୍ରବଣ ଅଞ୍ଚଳର। ତେଣୁ ତାଙ୍କ ରହସ୍ୟମୟ ନିଖୋଜ ପଛରେ ଏସବୁର କିଛି ଲିଙ୍କ ରହିଛି କି? ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Related story