ଭୁବନେଶ୍ୱର: ୮୭ ଲକ୍ଷ ଭୋଟରଙ୍କ ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ ସରିଛି

ଭୁବନେଶ୍ୱର: ରାଜ୍ୟରେ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡର ଲିଙ୍କ ନେଇ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କିଭଳି ଭାବେ ଏହି ଲିଙ୍କ କରାଯିବ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ୱର ୩୧ ସୁଦ୍ଧା ରାଜ୍ୟର ସମସ୍ତ ଭୋଟର ଲିଷ୍ଟ ଆଧାର କାର୍ଡ ସହ ଲିଙ୍କ କରିବା ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ଲକ୍ଷ ଭୋଟରଙ୍କ […]

bhubaneswar

bhubaneswar

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 08:52 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡର ଲିଙ୍କ ନେଇ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କିଭଳି ଭାବେ ଏହି ଲିଙ୍କ କରାଯିବ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ୱର ୩୧ ସୁଦ୍ଧା ରାଜ୍ୟର ସମସ୍ତ ଭୋଟର ଲିଷ୍ଟ ଆଧାର କାର୍ଡ ସହ ଲିଙ୍କ କରିବା ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ଲକ୍ଷ ଭୋଟରଙ୍କ ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ କରାଯାଇଥିବା ଜଣାପଡିଛି। ବାକି ୨କୋଟି ୯ ଲକ୍ଷ ଧାର୍ଯ୍ୟ ସମୟ ମଧ୍ୟରେ ଲିଙ୍କ କରିବା ଲକ୍ଷ୍ୟ ରଖାଯାଇଥିବା ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos