ରାଜଧାନୀରେ ନିଆଁ ବର୍ଷୁଛି; ତାତି ଛୁଇଁଲା ୪୩ ଡିଗ୍ରୀ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ତାତି। ଆକାଶରୁ ଅଗ୍ନି ବର୍ଷା ହେଉଛି। ଆଜି ଦିନ ସାଢ଼େ ଦୁଇଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ର ୪୩ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି।
ରାଜଧାନୀ #ଭୁବନେଶ୍ୱର ରେ ଅଗ୍ନି ବର୍ଷା
ଦିନ ୨.୩୦ ସୁଦ୍ଧା #୪୩ଡ଼ିଗ୍ରୀ ଛୁଇଁଲା ତାତି pic.twitter.com/qBEP59eilS
— Meteorological Centre, Bhubaneswar (@mcbbsr) April 24, 2022
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୮ ଡିଗ୍ରୀ, ହୀରାକୁଦରେ ୪୦ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ବାଲେଶ୍ୱରରେ ୩୮ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୧.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନ ତାପମାତ୍ରା
ଭୁବନେଶ୍ୱର: ୪୩.୦ ଡ଼ିଗ୍ରୀ
ଝାରସୁଗୁଡା: ୪୧.୪ ଡ଼ିଗ୍ରୀ
ସମ୍ବଲପୁର: ୪୦.୮ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୮ ଡ଼ିଗ୍ରୀ
ହୀରାକୁଦ: ୪୦ ଡ଼ିଗ୍ରୀ
କେନ୍ଦୁଝର: ୪୦ ଡ଼ିଗ୍ରୀ
ବାଲେଶ୍ୱର: ୩୮ ଡ଼ିଗ୍ରୀ
ପୁରୀ: ୩୨.୪ ଡ଼ିଗ୍ରୀ
ପାରାଦ୍ୱୀପ: ୩୧.୮ ଡ଼ିଗ୍ରୀ
ଗୋପାଳପୁର: ୩୧.୨ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) April 24, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।