ଭୁଶୁଡ଼ିଲା ଜେଏସ୍‌ଡବ୍‌ଲ୍ୟୁ ଭୂଷଣ ପାଚେରି, ଜନବସତିରେ ମାଡ଼ିଗଲା କାଦୁଅ ପାଣି

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଠେଲକୁଲିସ୍ଥିତ JSW ଭୂଷଣ କାରଖାନାର ପାଚେରି ଭୁଶୁଡ଼ି ଗତ ରାତିରେ ଲୁହା ଗୁଣ୍ଡ ମିଶା କାଦୁଅ ପାଣି ଜନବସତି ଆଡ଼େ ମାଡ଼ିଗଲା। ଏଥିଯୋଗୁ ବହୁ ଜମିରେ କାଦୁଅ ଆସ୍ତରଣ ଜମି ରହିଥିବା ବେଳେ ବହୁ ଘରେ ପଶିଛି କାଦୁଅ। ଏପରିକି କାଦୁଅରେ ଭାରିଯାନ ଗାଡ଼ି ବି ବୁଡ଼ିଯାଇଛି। ଏଥିରେ ଉତ୍ତ୍ୟକ୍ତ ଲୋକେ କମ୍ପାନୀଠୁ କ୍ଷତିପୂରଣ ସହ ଚାକିରି ବି ଦାବି କରିଛନ୍ତି। ସୂଚନାଯୋଗ୍ୟ,  JSW ଭୂଷଣ କାରଖାନାର ପାଚେରି ନିକଟରେ ସହରପଡ଼ା ବସ୍ତି […]

bhusan

bhusan

Niharika Rout
  • Published: Friday, 21 January 2022
  • Updated: 21 January 2022, 02:44 PM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଠେଲକୁଲିସ୍ଥିତ JSW ଭୂଷଣ କାରଖାନାର ପାଚେରି ଭୁଶୁଡ଼ି ଗତ ରାତିରେ ଲୁହା ଗୁଣ୍ଡ ମିଶା କାଦୁଅ ପାଣି ଜନବସତି ଆଡ଼େ ମାଡ଼ିଗଲା। ଏଥିଯୋଗୁ ବହୁ ଜମିରେ କାଦୁଅ ଆସ୍ତରଣ ଜମି ରହିଥିବା ବେଳେ ବହୁ ଘରେ ପଶିଛି କାଦୁଅ। ଏପରିକି କାଦୁଅରେ ଭାରିଯାନ ଗାଡ଼ି ବି ବୁଡ଼ିଯାଇଛି। ଏଥିରେ ଉତ୍ତ୍ୟକ୍ତ ଲୋକେ କମ୍ପାନୀଠୁ କ୍ଷତିପୂରଣ ସହ ଚାକିରି ବି ଦାବି କରିଛନ୍ତି।

ସୂଚନାଯୋଗ୍ୟ,  JSW ଭୂଷଣ କାରଖାନାର ପାଚେରି ନିକଟରେ ସହରପଡ଼ା ବସ୍ତି ଥିବା ବେଳେ ସେଠାରେ କିଛି ଲୋକ ରହୁଛନ୍ତି। ଗତକାଲି ରାତି ପ୍ରାୟ ୮ଟାରେ କମ୍ପାନୀର ପାଚେରୀ ଭୁଶୁଡ଼ି ଆଖି ପିଛୁଳାକେ ଲୁହା ଗୁଣ୍ଡ ମିଶା କାଦୁଅ ପାଣି ଜନବସତି ଆଡ଼େ ମାଡ଼ିଗଲା। ଲୋକେ କିଛି ବୁଝିବା ଆଗରୁ ସେମାନଙ୍କ ଘରେ ଆଣ୍ଠୁଏ ଉଚ୍ଚର କାଦୁଅ ଜମିଗଲା। କାରଖାନା ପାଚେରି ପାଖରେ  ଥିବା କେତୋଟି ଦ୍ଭାରୀଯାନ ମେସିନ ଓ ଟ୍ରାକ୍ଟର ଅଧାରୁ ଅଧିକ ପୋତି ହୋଇଯାଇଥିବା ଦୃଶ୍ୟମାନ ହେଉଛି । ଏପରିକି  ଏକ  କୁକୁଡ଼ା ଫାର୍ମ  ବି ଏହି କାଦୁଅରେ ଅଧା ବୁଡ଼ି ଯାଇଛି। ଏହି କାଦୁଅ ପାଣି ବହୁ ଜମିରେ ମାଡ଼ିଯାଇଥିବାରୁ ଜମିର ଉର୍ବରତା ନଷ୍ଟ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

[caption id="attachment_708057" align="aligncenter" width="650"]place ଜନବସତିରେ ଜମି ରହିଛି କାଦୁଅ।[/caption]

ଖବର ପାଇ ଗତକାଲି ରାତିରେ ସେଠାରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବା ସହିତ ଜଳ ନିଷ୍କାସନ ବନ୍ଦ କରିବାକୁ ଉଦ୍ୟମ କରାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ଜେସିବି ଜରିଆରେ କାଦୁଅ ଆସ୍ତରଣ ବାହର କରାଯାଉଛି। ରେଙ୍ଗାଲି ତହସିଲଦାର, ଠେଲକୋଲି  ଥାନା ପୋଲିସ ପହଞ୍ଚି ଆଜି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଛନ୍ତି। କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ଏହାପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, କ୍ଷତିପୂରଣ ସହ ଚାକିରି ଦାବିରେ ଅଡ଼ି ବସିଛନ୍ତି କ୍ଷତିଗ୍ରସ୍ତ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos