ଆସନ୍ତାକାଲି ଆସିବ ବିଜେପୁର ରେଜଲ୍‌ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଆସିବ ବିଜେପୁର ଉପନିର୍ବାଚନ ଫଳ। ଭୋଟ୍‌ ଗଣତି ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାଲି ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍‌ ୟାର୍ଡରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ୍ ଟେବୁଲ୍‌ରେ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସମୁଦାୟ ୨୧ଟି ରାଉଣ୍ଡା ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତ୍ୟେକ ଟେବୁଲରେ […]

bijepur-1..

bijepur-1..

Manoranjan Sial
  • Published: Wednesday, 23 October 2019
  • Updated: 23 October 2019, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଆସିବ ବିଜେପୁର ଉପନିର୍ବାଚନ ଫଳ। ଭୋଟ୍‌ ଗଣତି ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାଲି ସକାଳ ୮ଟାରୁ ପଦ୍ମପୁର ଆର୍‌ଏମ୍‌ସି ମାର୍କେଟ୍‌ ୟାର୍ଡରେ ଭୋଟ୍ ଗଣତି ଆରମ୍ଭ ହେବ। ଏଥିପାଇଁ ୧୪ଟି ଟେବୁଲ୍ ଓ ଗୋଟିଏ ରାଉଣ୍ଡ୍ ଟେବୁଲ୍‌ରେ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

ସମୁଦାୟ ୨୧ଟି ରାଉଣ୍ଡା ଭୋଟ ଗଣତି ହେବାକୁ ଥିବା ବେଳେ ଏଥିପାଇଁ ୧୨୦ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ୍ ଓ ମାଇକ୍ରୋ ଅବ୍‌ଜରଭର୍ ରହିବେ। ସମଗ୍ର ଆର୍‌ଏମ୍‌ସି ପରିସରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଏଥିପାଇଁ ୧ ପ୍ଲାଟୁନ୍ ଓଏସ୍ଏପି, ୧ କଂପାନୀ ସିଆଏଫ୍‌ ଓ ସ୍ଥାନୀୟ ପୁଲିସର ପାଟ୍ରୋଲିଂ ଦଳ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos