ଦିନକ ପରେ ଭୋଟ୍, ଆଜି ପ୍ରଚାରର ଶେଷ ଦିନ

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ହେଭିୱେଟ୍&zwnj; ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ବିଜେଡି ପକ୍ଷରୁ ଦୁଇ ଦିନ ପ୍ରଚାର କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଶେଷ ଦିନରେ ବିଜେଡି ପାଇଁ ଦଳର ପ୍ରମୁଖ ହେଭିୱେଟ୍&zwnj; ନେତାଙ୍କ ସହ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବେ।</p> <p>ଆଜି ପ୍ରଚାର ସରୁଥିବାରୁ ସବୁ ଦଳର କର୍ମୀଙ୍କ ପାଖରେ ସୀମିତ ସମୟ ରହିବ। ସଂଧ୍ୟା ୫ଟାରେ ସରିବ ପ୍ରଚାର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରଚାର। ଗତକାଲି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। କଂଗ୍ରେସ ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ରାଜ୍ୟର ତୁଙ୍ଗ ନେତାଙ୍କ ସହ କଂଗ୍ରେସର ସ୍ଥାନୀୟ ନେତୃବୃନ୍ଦ ପ୍ରଚାର କରୁଛନ୍ତି।</p>

Ordigital Desk
  • Published: Thursday, 22 February 2018
  • Updated: 22 February 2018, 08:07 AM IST

Sports

Latest News

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିବେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ହେଭିୱେଟ୍&zwnj; ନେତାମାନେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ବିଜେଡି ପକ୍ଷରୁ ଦୁଇ ଦିନ ପ୍ରଚାର କରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଶେଷ ଦିନରେ ବିଜେଡି ପାଇଁ ଦଳର ପ୍ରମୁଖ ହେଭିୱେଟ୍&zwnj; ନେତାଙ୍କ ସହ ଷ୍ଟାର କ୍ୟାମ୍ପେନର ପ୍ରଚାରକୁ ଓହ୍ଲାଇବେ।</p><p>ଆଜି ପ୍ରଚାର ସରୁଥିବାରୁ ସବୁ ଦଳର କର୍ମୀଙ୍କ ପାଖରେ ସୀମିତ ସମୟ ରହିବ। ସଂଧ୍ୟା ୫ଟାରେ ସରିବ ପ୍ରଚାର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରଚାର। ଗତକାଲି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। କଂଗ୍ରେସ ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ ରାଜ୍ୟର ତୁଙ୍ଗ ନେତାଙ୍କ ସହ କଂଗ୍ରେସର ସ୍ଥାନୀୟ ନେତୃବୃନ୍ଦ ପ୍ରଚାର କରୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos