ବିଜେପୁର ବାଜି ହାରିଗଲେ...

ଭୁବନେଶ୍ୱର, (ଦେବଦତ୍ତ ରଥ): ବିଜେପୁର ବାଜିରେ ତିନୋଟି ଜାକ ଦଳ ଜିତିବା ନେଇ ଦାବି କରୁଛନ୍ତି। ଅବଶ୍ୟ କଂଗ୍ରେସର ଦାବି  ଟିକେ କ୍ଷୀଣ ଜଣା ପଡୁଥିବା ବେଳେ ଉଭୟ ବିଜେପି ଏବଂ ବିଜେଡି ଜୋରଦାର ଦାବି କରୁଛନ୍ତି। କଂଗ୍ରେସର ସେହି କ୍ଷୀଣ ଦାବି ଭିତରେ କୋଉଠି କେମିତି ଟିକେ ଆଶା ଉକୁଟି ମାରୁଥିବା ପରି ଜଣାପଡ଼ୁଛି। ସବୁ ଦଳ ଭିତରେ ଆଶା ରହିବା ସ୍ଵାଭାବିକ। ଦେଖିବାକୁ ଗଲେ ଓଡ଼ିଶା ପାଇଁ ଏହା ଏକ ଭିନ୍ନ ଧରଣର ନିର୍ବାଚନ […]

BIJEPUR IMAGE

BIJEPUR IMAGE

Rakesh Mallick
  • Published: Monday, 26 February 2018
  • Updated: 26 February 2018, 09:01 PM IST

Sports

Latest News

ଭୁବନେଶ୍ୱର, (ଦେବଦତ୍ତ ରଥ): ବିଜେପୁର ବାଜିରେ ତିନୋଟି ଜାକ ଦଳ ଜିତିବା ନେଇ ଦାବି କରୁଛନ୍ତି। ଅବଶ୍ୟ କଂଗ୍ରେସର ଦାବି  ଟିକେ କ୍ଷୀଣ ଜଣା ପଡୁଥିବା ବେଳେ ଉଭୟ ବିଜେପି ଏବଂ ବିଜେଡି ଜୋରଦାର ଦାବି କରୁଛନ୍ତି। କଂଗ୍ରେସର ସେହି କ୍ଷୀଣ ଦାବି ଭିତରେ କୋଉଠି କେମିତି ଟିକେ ଆଶା ଉକୁଟି ମାରୁଥିବା ପରି ଜଣାପଡ଼ୁଛି। ସବୁ ଦଳ ଭିତରେ ଆଶା ରହିବା ସ୍ଵାଭାବିକ। ଦେଖିବାକୁ ଗଲେ ଓଡ଼ିଶା ପାଇଁ ଏହା ଏକ ଭିନ୍ନ ଧରଣର ନିର୍ବାଚନ ଥିଲା। ଅର୍ଥ ବଳ, ବାହୁ ବଳ ଠାରୁ ଆରମ୍ଭ କରି ଆରୋପ ପ୍ରତ୍ୟାରୋପ ସବୁଥିରେ ବଳିଗଲା। ଅଣ୍ଡା ମାଡ଼, ପାଣି ମାଡ଼, ଚପଲ ମାଡ଼, ଢେଲା ମାଡ଼ ଏବଂ ଶେଷରେ ଗୁଳି ମାଡ଼ ପରି ପ୍ରାୟ ସବୁ ପ୍ରକାରର ମାଡ଼ ଦେଖାଗଲା। ପରୋକ୍ଷରେ ଗୋବର ମାଡ଼ ପରି ଏକ ନୂଆ ମାଡ଼ ବି ଆବିଷ୍କାର ହୋଇଗଲା।

ଜିଲ୍ଲାପାଳ, ଏସପି,ଏସଡିପିଓ ପରି ଅନେକ ସରକାରୀ କର୍ମଚାରୀଙ୍କ ବଦଳି ହୋଇଗଲା।  ସାମ୍ବାଦିକ ସମ୍ମିଳନୀରେ ଆରୋପ ପ୍ରତ୍ୟାରୋପ ପ୍ରବଳ ମାତ୍ରାରେ ହେଲା। ସୋସିଆଲ ମିଡିଆରେ ମଧ୍ୟ ଲଢ଼େଇ ଜୋରଦାର ହେଲା। ବାସ୍ତବରେ ଦେଖିବାକୁ ଗଲେ କଂଗ୍ରେସ, ବିଜେପି ଏବଂ ବିଜେଡି ତିନୋଟି ଜାକ ଦଳ ପାଇଁ ବିଜେପୁର ନିର୍ବାଚନଟି ଖୁବ୍ ଗୁରୁତ୍ୱ ବହନ କରୁଛି। ପୂର୍ବରୁ ଏହି ଆସନଟି କଂଗ୍ରେସ ହାତରେ ଥିବାରୁ କଂଗ୍ରେସର ଆଶା ରହିବା ସ୍ଵାଭାବିକ। ଏମିତିରେ ଶିଥିଳ ହୋଇ ପଡ଼ିଥିବା କଂଗ୍ରେସ ପାଇଁ ନିଜର ସ୍ଥିତି ଜାହିର କରିବା ପାଇଁ ବିଜେପୁର ଜରୁରୀ।

ଏଣେ ଦୀର୍ଘ ଦିନର ବିଜେଡି ଶାସନ ଭିତରେ ନବୀନ ପଟ୍ଟନାୟକଙ୍କୁ ଏଇ କିଛି ଦିନ ଭିତରେ ଟିକେ ଝଟକା ଲାଗିଛି। ପାଣ୍ଡିଆନ ରାଜ, କୁନ୍ଦୁଲି କାଣ୍ଡ, ଅଣ୍ଡା ମାଡ଼ ଏବଂ ଅଣ୍ଡା ମାଡ଼ ପରେ ଅଣ୍ଡା ଫିଙ୍ଗିଥିବା ମହିଳା ପ୍ରତି ଅତ୍ୟାଚାର ଆଦି ପରି ଅନେକ ଘଟଣା ନବୀନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ନବୀନଙ୍କ ଲୋକପ୍ରିୟତା ଯେ ଅକ୍ଷୁର୍ଣ୍ଣ ରହିଛି  ତାହା ପ୍ରମାଣିତ କରିବାକୁ ବିଜେଡି ପୂରା ଦମରେ ଲାଗିପଡ଼ିଛି। ଗତ ପଞ୍ଚାୟତ ନିର୍ବାଚନରେ  କିଛିଟା ସଫଳତା ପାଇ ସହଜରେ ଉତ୍ସାହିତ ହୋଇ ପଡ଼ିଥିବା ଓଡ଼ିଶା ବିଜେପି କାନରେ ଅମିତ ଶାହ ୧୨୦ ପ୍ଲସର ମନ୍ତ୍ର ଫୁଙ୍କିଦେଇ ଯିବା ପରଠୁ ସେମାନେ ପୂରା ଉଛୁଳି ପଡିଛନ୍ତି। ପ୍ରଥମ ଥର ପାଇଁ ବିଜୟ ଉଦ୍ଦେଶ୍ୟରେ ଲଢ଼ିବା ପରି ଓଡ଼ିଶାରେ  ବିଜେପିକୁ ଦେଖିବାକୁ ମିଳିଥିଲା। ଉଭୟ ବିଜେପି ବିଜେଡି ପୁଳାପୁଳା ଷ୍ଟାର ପ୍ରଚାରକଙ୍କୁ ବୁଲାଇ ସତେ ଯେପରି ବିଜେପୁରକୁ ଏକ ରଙ୍ଗମଞ୍ଚ କରି ଦେଇଥିଲେ। ଏବେ ଭୋଟ ଦାନ ସରିଛି। ଦିନକ ପରେ ଗଣତି। ଯିଏ ଯେତେ ଦାବି କରୁ କିନ୍ତୁ ଜିତିବ ତ' କେବଳ ଜଣେ। ବାକି ସବୁ ହାରିବେ। ପୁଣି ତା' ଭିତରେ ଚାଲିବ ଆଉ ଗୋଟେ ଆଲୋଚନା। କିଏ ବିଜୟୀ ଦଳକୁ ଟକ୍କର ଦେଲା। ଅର୍ଥାତ୍ କିଏ ଦ୍ୱିତୀୟରେ  ଏବଂ କିଏ ତୃତୀୟରେ ରହିଲା।

ବିଜେଡି ଜିତିଲେ ତ' ସବୁ ଶ୍ରେୟ ନବୀନ ହିଁ ନେବେ। କିନ୍ତୁ ବିଜେପି ଜିତିଲେ କେତେକ ମୋଦିଙ୍କ ବିକାଶ ତ’ ମୋଦି ହାୱା କଥା କହିବେ । ଆଉ କିଛି ଆନୁଗତ୍ୟ ଦେଖାଇବାକୁ କେନ୍ଦ୍ରରେ ନରେନ୍ଦ୍ର ଏବଂ ଓଡ଼ିଶାରେ ଧର୍ମେନ୍ଦ୍ର ବୋଲି ଚିତ୍କାର କରିବେ। ଆଉ ଯଦି କଂଗ୍ରେସ ଜିତି ଯାଏ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ ଯେ କେତେ ଯୋଗ୍ୟ ବଖାଣି ହେବେ।

କିନ୍ତୁ,ଏମାନଙ୍କ ଭିତରୁ ଯିଏ ହାରିଯାଏ? ଜିତିବାର ଶ୍ରେୟ ନେବାକୁ ଆଗଭର ପରି ପରାଜୟର ଦୋଷ କ'ଣ ନିଜ ମୁଣ୍ଡକୁ ନେବେ? ବିଜେଡି ହାରିଲେ କ'ଣ ମାନିବ ନବୀନଙ୍କର ଲୋକ ପ୍ରିୟତା କମିବା ଆରମ୍ଭ ହେଲାଣି? ବିଜେପି ହାରିଲେ କ'ଣ ମାନିବ ଧର୍ମେନ୍ଦ୍ର ନବୀନଙ୍କ ତୁଳନୀୟ ନୁହଁ? ବସନ୍ତ ପଣ୍ଡା କ'ଣ ମାନିବେ ଗୋଷ୍ଠୀ ବିବାଦକୁ ସମାଧାନ କରି ପାରିଲେ ନାହିଁ? କଂଗ୍ରେସ ହାରିଲେ କ'ଣ ମାନିବ ପ୍ରସାଦ ହରି ଚନ୍ଦନ ସଭାପତି ଦାୟିତ୍ୱ ପାଇଁ ଅଯୋଗ୍ୟ? ନା ସବୁ ପରାଜିତ କହିବେ ଅର୍ଥବଳ, ବାହୁବଳ ଆଗରେ ଆମେ ହାରିଗଲୁ।  ହଁ, ସ୍ଵାଭାବିକ। ଏମିତିରେ ତ' ସହଜେ କେହି କର୍ତ୍ତବ୍ୟ କରିବାକୁ ଭୁଲି ଯାଆନ୍ତି। କିନ୍ତୁ ଅଧିକାର ସାବ୍ୟସ୍ତ କରିବାରେ ଆଗୁଆ ରୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos