ବଦଳିଲେ ପଦ୍ମପୁର ଏସ୍‌ଡିପିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନର ଦିନକ ପୂର୍ବରୁ ବଦଳିଲେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବଦଳି କରାଯାଇଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମା ସୂଚନା ଦେଇଛନ୍ତି । କ୍ଷୀରସାଗର ନାୟକଙ୍କୁ ପଦ୍ମପୁର SDPO ଦାୟିତ୍ୱ ଦିଆଯାଇଛି।  ପଦ୍ମପୁରର ପୂର୍ବତନ ଏସଡିପିଓଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ଏହି ବଦଳି ସମ୍ପର୍କରେ ପୋଲିସ ମୁଖ୍ୟାଳୟରୁ ମଧ୍ୟ ସୂଚନା ଦିଆଯାଇଛି।