୨୧ ପର୍ଯ୍ୟନ୍ତ ବଢ଼ିଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ, ଫୋନ୍‌ କରି ହିସାବ ମାଗୁଛନ୍ତି ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆସନ୍ତାବର୍ଷ ଫେବୃୟାରୀ ୧୫ତାରିଖ ସୁଦ୍ଧା ସାରିବା ପାଇଁ ଦଳ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକୁ ଆଉ ୩ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରି ଅଧିକ ସଂଖ୍ୟକ ସଦସ୍ୟଙ୍କୁ ସାମିଲ କରିବା ଉପରେ ବିଜେଡି ଗୁରୁତ୍ୱ ଦେଇଛି। ଆଜି ବିଜେଡି ମୁଖ୍ୟାଳୟରେ ଦଳର ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଅବଧିକୁ ବୃଦ୍ଧି କରାଯାଇଥିବାବେଳେ କେଉଁ […]

694033-naveen-patnaik-dna-750x430

694033-naveen-patnaik-dna-750x430

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆସନ୍ତାବର୍ଷ ଫେବୃୟାରୀ ୧୫ତାରିଖ ସୁଦ୍ଧା ସାରିବା ପାଇଁ ଦଳ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକୁ ଆଉ ୩ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରି ଅଧିକ ସଂଖ୍ୟକ ସଦସ୍ୟଙ୍କୁ ସାମିଲ କରିବା ଉପରେ ବିଜେଡି ଗୁରୁତ୍ୱ ଦେଇଛି। ଆଜି ବିଜେଡି ମୁଖ୍ୟାଳୟରେ ଦଳର ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଅବଧିକୁ ବୃଦ୍ଧି କରାଯାଇଥିବାବେଳେ କେଉଁ ନିର୍ବାଚନମଣ୍ଡଳୀରେ କେତେ ସଂଖ୍ୟାରେ ସଭ୍ୟ ସଂଗ୍ରହ ହୋଇଛି ଓ ସେଥିରୁ କେତେ ଅନଲାଇନରେ ଅପଲୋଡ୍ ହୋଇଛି ତା’ର ହିସାବ ନିଜେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଥିବା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆଜି ଶେଷ ହେଉଥିବାବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହାକୁ ଆଉ ୩ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନଲାଇନରେ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଥିବାରୁ ବିଳମ୍ବ ହେଉଥିବା ନେଇ କିଛି ଜିଲ୍ଲା ସଭାପତି କହିବା ପରେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ବିଭିନ୍ନ ନିର୍ବାଚନମଣ୍ଡଳୀରେ କେତେକ ସଂଖ୍ୟାରେ ସଭ୍ୟ ସଂଗ୍ରହ ହୋଇଛି ତା’ର ଟିକିନିଖି ହିସାବ ମଧ୍ୟ ଶ୍ରୀ ପଟ୍ଟନାୟକ ପଚାରି ବୁଝୁଥିବା ଜଣାପଡ଼ିଛି।

ଗତ କିଛିଦିନ ଧରି ନିୟମିତ ଭାବେ ବିଭିନ୍ନ ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ଓ ବିଧାୟକମାନଙ୍କୁ ଶ୍ରୀ ପଟ୍ଟନାୟକ ନିଜେ ଫୋନ୍ କରି ସଭ୍ୟ ସଂଗ୍ରହର ସ୍ଥିତି ପଚାରି ବୁଝିବା ସହ ଏହାକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଉଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ଫୋନ୍ ପାଉଥିବା ନେତାମାନେ ଏବେ ନିଜ ଅଞ୍ଚଳରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବାରେ ଲାଗିଥିବା ଜଣାପଡ଼ିଛି।
ଆଜି ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସଭ୍ୟ ସଂଗ୍ରହରେ ସବୁଠୁ ଆଗରେ ଯାଜପୁର ଥିବାବେଳେ ତା’ପଛକୁ ମୟୂରଭଞ୍ଜ, ଗଞ୍ଜାମ ଓ କଟକ ଆଦି ଜିଲ୍ଲା ରହିଥିବାରୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ। ତେବେ ପଛରେ ପଡ଼ିଥିବା ଝାରସୁଗୁଡ଼ା, ବୌଦ, ଗଜପତି ଆଦି ଜିଲ୍ଲାରେ ସଭ୍ୟ ସଂଗ୍ରହର ଅଗ୍ରଗତିକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦଳ ଏଥର ପ୍ରାୟ ଏକ କୋଟି ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆଜିସୁଦ୍ଧା ଅନଲାଇନରେ ମାତ୍ର ୧୪ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିବା ସୂଚନା ମିଳିଛି। ତେବେ ଅଫଲାଇନରେ ଏହି ସଭ୍ୟ ସଂଗ୍ରହ ସଂଖ୍ୟା ୩୮ରୁ ୪୦ଲକ୍ଷ ହେବ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ଅନଲାଇନରେ ସଭ୍ୟମାନଙ୍କ ଡାଟା ଅପଲୋଡ୍ ପାଇଁ ସମୟ ଲାଗୁଥିବାବେଳେ ଆଉ ୩ ସପ୍ତାହ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପରିମାଣର ସଭ୍ୟ ସଂଗ୍ରହ କରାଯିବ ବୋଲି ଦଳର ବରିଷ୍ଠ ନେତାମାନେ ମତବ୍ୟକ୍ତ କରିଛନ୍ତି।

ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ୬୦ହଜାର କର୍ମୀ ସଂଗ୍ରହର ଟାର୍ଗେଟ୍ ରଖାଇଛି। ଏବେସୁଦ୍ଧା ୪୧ଲକ୍ଷ ସଭ୍ୟ ଦଳରେ ସାମିଲ ହୋଇଛନ୍ତି। ସଭ୍ୟ ସଂଗ୍ରହ ଆଉ ୩ ସପ୍ତାହ ବଢ଼ିଥିବାରୁ ଧାର୍ଯ୍ୟଲକ୍ଷ୍ୟ ହାସଲ କରାଯାଇପାରିବ।
ଅନ୍ୟପକ୍ଷରେ ବିଜେଡି ସୂତ୍ର ଅନୁସାରେ, ଡିସେମ୍ବର ୧୫ରୁ ୩୦ତାରିଖ ମଧ୍ୟରେ ଦଳର ଚୂଡ଼ାନ୍ତ ସଦସ୍ୟ ତାଲିକା ପ୍ରକାଶିତ ହେବ। ଏହାପରେ ଜାନୁୟାରୀ ୧ରୁ ଫେବୃୟାରୀ ୧୦ତାରିଖ ମଧ୍ୟରେ ଦଳର ପ୍ରାଥମିକ କମିଟି, ବ୍ଲକ କମିଟି ଓ ଜିଲ୍ଲା କମିଟି ନିର୍ବାଚନ ଶେଷ ହେବ। ପରେ ଫେବୃୟାରୀ ୨୩ତାରିଖ ସୁଦ୍ଧା ଦଳର କାର୍ଯ୍ୟକାରୀ ପରିଷଦ ବୈଠକ ବସି ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିର୍ବାଚନ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos