ବଲାଙ୍ଗିର (ଘଟେଶ୍ୱର ମିଶ୍ର): କାମ ସାରି ବାଇକ୍ରେ ଘରକୁ ଫେରୁଥିଲେ ଦୁଇ ଯୁବକ। ସେମାନଙ୍କୁ ଘରେ ଅପେକ୍ଷା କରିଥିଲେ ପୂରା ପରିବାର। ହେଲେ ରାସ୍ତାରେ ହେଲା ଦୁର୍ଘଟଣା। ଚାଲିଗଲା ଦୁଇ ଜଣଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା କୁଶଙ୍ଗ-ଲୋଇସିଂହା ରାସ୍ତାର ଭଦ୍ରା ଛକ ନିକଟରେ ଘଟିଛି ଏହି ଘଟଣା।
ମୃତ ଦୁଇ ଜଣ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ତଲିଉଡା ପଂଚାୟତର ଭୁବନ ଚିର୍ଗୁଣ ଓ ଆମପାଲି ଗାଁର ପ୍ରଶାନ୍ତ ପଟେଲ।
ପ୍ରଶାନ୍ତ ଲୋଇସିଂହାରୁ ମାର୍କେଟିଂ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ। ସେହିପରି ଭୁବନ ବଲାଙ୍ଗିରରୁ କାମ ସାରି ଘରକୁ ଫେରୁଥିଲେ। ପରସ୍ପର ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ସାମ୍ନାସାମ୍ନି ପିଟି ହୋଇଯାଇଥିଲେ।
ବଲାଙ୍ଗିର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଦୁର୍ଘଟଣା ଜନିତ ସହାୟତା ଯୋଗାଇ ଦେବାକୁ ମୃତକଙ୍କ ପରିବାର ଲୋକେ ଲୋଇସିଂହା ବ୍ଲକ ପ୍ରଶାସନ ନିକଟରେ ଦାବି କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।