ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ

ଜଳେଶ୍ୱର(ଅଜିତ ଦାସ): ପ୍ରଥମ ରଜରେ ରାସ୍ତା ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରଜ ଅବସରରେ ବସ୍ତା ବ୍ଲକ କଦଳୀଭଣ୍ଡା ଗାଁର ଜଗନ୍ନାଥ ଗିରି ଏକ ବାଇକ୍‌ରେ ବାଲିଆପାଳ ବ୍ଲକର ଚଉମୁଖ ଗାଁକୁ ଯାଇଥିଲେ। ସାଥୀରେ ଥିଲେ ତାଙ୍କର ପତ୍ନୀ ବାସନ୍ତୀ ଓ ୮ ବର୍ଷର ଝିଅ। ସେମାନେ ବାଇକ୍‌ରେ ଘରକୁ […]

Accident

Manoranjan Sial
  • Published: Friday, 14 June 2019
  • , Updated: 14 June 2019, 09:14 PM IST

ଜଳେଶ୍ୱର(ଅଜିତ ଦାସ): ପ୍ରଥମ ରଜରେ ରାସ୍ତା ଦୁର୍ଘଟଣାରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ରଜ ଅବସରରେ ବସ୍ତା ବ୍ଲକ କଦଳୀଭଣ୍ଡା ଗାଁର ଜଗନ୍ନାଥ ଗିରି ଏକ ବାଇକ୍‌ରେ ବାଲିଆପାଳ ବ୍ଲକର ଚଉମୁଖ ଗାଁକୁ ଯାଇଥିଲେ। ସାଥୀରେ ଥିଲେ ତାଙ୍କର ପତ୍ନୀ ବାସନ୍ତୀ ଓ ୮ ବର୍ଷର ଝିଅ। ସେମାନେ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ପଞ୍ଚୁପାଲି-ଲଂଗଳେଶ୍ୱର ରାସ୍ତାରେ ଏକ ବାଲି ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗନ୍ନାଥ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଦୁର୍ଘଟଣା ପରେ ଚାଳକ ଟ୍ରକ ଛାଡ଼ି ଫେରାର ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ଟ୍ରକ୍‌ ଚାଳକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

Related story