ରାସ୍ତାରେ ଚାଲିଗଲା ୩ ଯୁବକଙ୍କ ଜୀବନ

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ରାସ୍ତାରେ ୩ ଜଣ ଯୁବକ ମୃତଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଲଘୁଚାପ ଯୋଗୁଁ ଆଜି ସମଗ୍ର ରାଜ୍ୟରେ ବର୍ଷା ହେଉଛି। ଦିନ ତମାମ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାରେ ଭିଜି ଭିଜି ସନ୍ଧ୍ୟା ବେଳେ ୩ ଜଣ ଯୁବକ ଏକ ବାଇକରେ କଟକରୁ ସାଲେପୁର […]

bike-accident-in-cuttack

Manoranjan Sial
  • Published: Wednesday, 23 October 2019
  • , Updated: 23 October 2019, 09:48 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ରାସ୍ତାରେ ୩ ଜଣ ଯୁବକ ମୃତଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

ଲଘୁଚାପ ଯୋଗୁଁ ଆଜି ସମଗ୍ର ରାଜ୍ୟରେ ବର୍ଷା ହେଉଛି। ଦିନ ତମାମ ବର୍ଷା ଲାଗି ରହିଛି। ତେବେ ଏହି ବର୍ଷାରେ ଭିଜି ଭିଜି ସନ୍ଧ୍ୟା ବେଳେ ୩ ଜଣ ଯୁବକ ଏକ ବାଇକରେ କଟକରୁ ସାଲେପୁର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଯାଏଁ ମୃତ ଯୁବକମାନଙ୍କର ପରିଚୟ ମିଳିପାରି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story