ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ବାଇକ୍କୁ ପିଟିଲା ଟ୍ରକ୍। ଫଳରେ ବିଚ୍ ରାସ୍ତାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ। ଦୁର୍ଘଟଣାରେ ବାଇକ୍ ଓ ଟ୍ରକ୍ରେ ନିଆଁ ଲାଗି ଯାଇଥିବାରୁ ଗାଡ଼ି ଚଳାଚଳ ପ୍ରବାଭିତ ହୋଇଛି।
ବିଲେଇଘଟି ଗାଁର ଭୁକୁଲ ମହାକୁଳ (୪୩) ଆଜି ଅପରାହ୍ନରେ ନିଜ ବାଇକ୍ରେ ତିଲେଇବଣୀ ଅଭିମୁଖେ ଯାଉଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥର ପ୍ରଭାଶୁଣି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଏପରିକି ଟ୍ରକ୍ଟି ବାଇକ୍କୁ କିଛି ରାସ୍ତା ଘୂଷାରି ନେଇଯାଇଥିଲା। ଫଳରେ ବାଇକ୍ରେ ନିଆଁ ଲାଗି ଯାଇଥିଲା। ପରେ ନିଆଁ ଟ୍ରକ୍ରେ ଲାଗି ଯାଇଥିଲା। ଟ୍ରକ୍ରେ ନିଆଁ ଲାଗିଥିବା ଦେଖି ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା।
ଅନ୍ୟପକ୍ଷରେ ବାଇକ୍ ଚାଳକ ଶ୍ରୀ ଭୁକୁଲୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ରାସ୍ତା ଉପରେ ଗାଡ଼ି ଦୁଇଟି ଜଳୁଥିବାରୁ ସ୍ଥାନୀୟ ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବାକୁ ନିରାପଦ ମଣୁ ନାହାନ୍ତି। ଯାହାଫଳରେ ଗାଡ଼ି ଚଳାଚଳ ଠପ୍ ହୋଇଛି। ବର୍ତ୍ତମାନ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।
Accident
ଗାଡ଼ି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର: ବାଇକ୍ ଆରୋହୀ ମୃତ, ପୁଲିସ୍ କର୍ମଚାରୀ ଗୁରୁତର
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Crime
ଜେଡ୍ ଇଷ୍ଟେଟ୍ ମାଲିକଙ୍କ ବୟାନ ପରେ ସତ ଖୋଲିଲା ଇଡି: ଜବତ ହୋଇଛି ୧.୩୯କୋଟି ଟଙ୍କା ସହ ବହୁ ଆପତ୍ତିଜନକ ଦସ୍ତାବିଜ
ଭୁବନେଶ୍ୱରର ଗାଡ଼କଣ ମୌଜାରେ ସାଧାରଣ ପ୍ରଶାସନ ବିଭାଗର ଏକ ମୂଲ୍ୟବାନ ସରକାରୀ ଜମି ଜାଲିଆତି ଅଭିଯୋଗ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ମଧ୍ୟ ଶ୍ରୀ ମହାନ୍ତିଙ୍କ ଅଡ଼ୁଆ ବଢ଼ାଇଛି ।
Miscellaneous
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
‘ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଜାରି ରହିଛି।’