ବର୍ଦିରେ ଲାଗିଥିଲା ଦାଗ, ଏବେ ମିଳୁନାହାନ୍ତି ପୀଡ଼ିତା

ରାଉରକେଲା(ରାକେଶ): ବୀରମିତ୍ରପୁର ଦୁଷ୍କର୍ମ ପୀଡ଼ିତା କୁଆଡ଼େ ଗଲେ? ଶୁକ୍ରବାର ସନ୍ଧ୍ୟାରୁ ସେ କେଉଁଆଡେ ଚାଲି ଯାଇଛନ୍ତି। ଏନେଇ ଏସ୍‌ଓଏସ୍‌ କର୍ତ୍ତୃପକ୍ଷ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି CWC , ପ୍ରଶାସନ ଓ ନାବାଳିକାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଏହି ମାମଲାରେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଓ ଗର୍ଭ ନଷ୍ଟ କରିବା ଅଭିଯୋଗରେ ଜଣେ ଡାକ୍ତର ଜେଲ୍‌ରେ ଅଛନ୍ତି। ଏବେ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୋଗରୁ ପ୍ରକାଶ, ନାବାଳିକାଙ୍କ […]

Misbehave

Manoranjan Sial
  • Published: Saturday, 24 October 2020
  • , Updated: 24 October 2020, 06:01 PM IST

ରାଉରକେଲା(ରାକେଶ): ବୀରମିତ୍ରପୁର ଦୁଷ୍କର୍ମ ପୀଡ଼ିତା କୁଆଡ଼େ ଗଲେ? ଶୁକ୍ରବାର ସନ୍ଧ୍ୟାରୁ ସେ କେଉଁଆଡେ ଚାଲି ଯାଇଛନ୍ତି। ଏନେଇ ଏସ୍‌ଓଏସ୍‌ କର୍ତ୍ତୃପକ୍ଷ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି CWC , ପ୍ରଶାସନ ଓ ନାବାଳିକାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଏହି ମାମଲାରେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଓ ଗର୍ଭ ନଷ୍ଟ କରିବା ଅଭିଯୋଗରେ ଜଣେ ଡାକ୍ତର ଜେଲ୍‌ରେ ଅଛନ୍ତି। ଏବେ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛନ୍ତି।

ଅଭିଯୋଗରୁ ପ୍ରକାଶ, ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ମା’ ଆଉ ଜଣଙ୍କୁ ବିବାହ କରିଥିଲେ। ବିବାହ ପରେ ମା’ ଓ ଝିଅ ଦିଲ୍ଲୀ ପଳାଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ତାଙ୍କ ସାବତ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ନାବାଳିକାକୁ ତାଙ୍କ ମାଆ ଗାଁରେ ଛାଡି ଦେଇଥିଲେ। ସେଠାରେ ତାଙ୍କୁ ଥାନା ବାବୁଙ୍କ ସହ ୬ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିଲା।

ଗତ ମାର୍ଚ୍ଚ ୨୫ ତାରିଖରେ ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

Related story