ରେଭେନ୍ସା କ୍ୟାମ୍ପସ୍‌ରେ ଏହି ନାଁରେ ଜଣାଶୁଣା ଥିଲେ ଭେଟେରାନ କଳାକାର ଧୀର

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ଏକ ଜଣାଶୁଣା ନାଁ। ଗମ୍ଭିର କଣ୍ଠଶ୍ୱର ଆଉ ବିଶାଳ ଚେହେରା ପାଇଁ ଏକଦା ସେ ଥିଲେ ଭାରି ଜଣାଶୁଣା। ଆଜି ହେଉଛି ସେହି ମହାନ୍‌ କଳାକାରଙ୍କ ପୂଣ୍ୟ ଜନ୍ମତିଥି। ଆମେ କୁହୁଛୁ ଭେଟେରାନ ଅଭିନେତା ଧୀର ବିଶ୍ୱାଳଙ୍କ କଥା। ଆଜି ହେଉଛି ଧୀରଙ୍କ ୮୯ତମ ପୂଣ୍ୟ ଜନ୍ମତିଥି। ତା ହେଲେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା। ୧୯୨୯ ମସିହା ଜୁନ୍‌ ୨୦ ତାରିଖରେ କଟକରେ […]

kansa

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 07:24 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେ ଏକ ଜଣାଶୁଣା ନାଁ। ଗମ୍ଭିର କଣ୍ଠଶ୍ୱର ଆଉ ବିଶାଳ ଚେହେରା ପାଇଁ ଏକଦା ସେ ଥିଲେ ଭାରି ଜଣାଶୁଣା। ଆଜି ହେଉଛି ସେହି ମହାନ୍‌ କଳାକାରଙ୍କ ପୂଣ୍ୟ ଜନ୍ମତିଥି। ଆମେ କୁହୁଛୁ ଭେଟେରାନ ଅଭିନେତା ଧୀର ବିଶ୍ୱାଳଙ୍କ କଥା। ଆଜି ହେଉଛି ଧୀରଙ୍କ ୮୯ତମ ପୂଣ୍ୟ ଜନ୍ମତିଥି। ତା ହେଲେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା।

୧୯୨୯ ମସିହା ଜୁନ୍‌ ୨୦ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଧୀର ।  ରେଭେନ୍ସା କଲେଜରେ ଛାତ୍ର ଥିବା ବେଳେ ୧୯୪୮ରେ ସେ କାଳୀଚରଣଙ୍କ ନାଟକ ‘ଅଭିଯାନ’ ମଞ୍ଚସ୍ଥ କରାଇଥିଲେ। ପରେ ଏଠାରେ ପାଠ ପଢିବା ବେଳେ ସେ ‘କଂସ’ ନାଟକ ମଧ୍ୟ ମଞ୍ଚସ୍ଥ କରାଇଥିଲେ। ଏପରିକି ଏଥିରେ ସେ ନିଜେ କଂସ ଭୂମିକାରେ ନଜର ଆସିଥିଲେ। ଯେଉଁଥିପାଇଁ ତାଙ୍କୁ ତାଙ୍କ ସାଥିମାନେ କଂସ ନାଁରେ ହିଁ ଡାକିବା ଆରମ୍ଭ କରିଦେଲେ। ଆଉ ଏହି ନାଁରେ ରେଭେନ୍ସା କଲେଜରେ ପରିଚିତ ହୋଇଗଲେ ଧୀର।

ଧୀରଙ୍କ ପ୍ରଥମ ଅଭିନୀତ ଓଡିଆ ଚଳଚ୍ଚିତ୍ର ଥିଲା କେଦାର ଗୌରୀ । ଚଳଚ୍ଚିତ୍ରରେ ଜୀବନ ବ୍ୟାପି ଅବଦାନ ଲାଗି ୧୯୮୦ରେ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।  ୧୯୯୫ ମସିହାରେ ଏହି ମହାନ୍‌ ଓଡିଆ କଳାକାରଙ୍କ ପରଲୋକ ହୋଇଥିଲା।

Related story