ବିଶ୍ୱବ୍ୟାଙ୍କ ରିପୋର୍ଟ: ବ୍ୟବସାୟ ପାଇଁ ସବୁଠାରୁ ଭଲ ସ୍ଥାନ ତାଲିକାରେ ଓଡିଶା ସପ୍ତମ

ଭୁବନେଶ୍ୱର: ବିଶ୍ୱବ୍ୟାଙ୍କ ପ୍ରସ୍ତୁତ କରିଥିବା ବ୍ୟବସାୟ ପାଇଁ ସବୁଠାରୁ ଭଲ ସ୍ଥାନ ତାଲିକାରେ ଓଡିଶା ସପ୍ତମ ସ୍ଥାନରେ ରହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ଇଜ୍ ଅଫ୍ ଡୁଇଂ ବିଜନେସ୍ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବ୍ୟବସାୟ ସ୍ଥାପନ, ଜମି ଆବଣ୍ଟନ, ଶ୍ରମ ସଂସ୍କାର ଓ ପରିବେଶ ମଂଜୁରୀ ପ୍ରକ୍ରିୟା ସମେତ ମୋଟ ୮ଟି ସ୍ୱତନ୍ତ୍ର ମାପଦଣ୍ଡକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ରାଜ୍ୟଗୁଡିକୁ ରାଙ୍କ୍ ପ୍ରଦାନ କରାଯାଇଛି। ଯେଉଁଥିରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା। ଶିଳ୍ପନୀତି ଓ […]

Odisha and world bank

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 10:58 AM IST

ଭୁବନେଶ୍ୱର: ବିଶ୍ୱବ୍ୟାଙ୍କ ପ୍ରସ୍ତୁତ କରିଥିବା ବ୍ୟବସାୟ ପାଇଁ ସବୁଠାରୁ ଭଲ ସ୍ଥାନ ତାଲିକାରେ ଓଡିଶା ସପ୍ତମ ସ୍ଥାନରେ ରହିଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ଇଜ୍ ଅଫ୍ ଡୁଇଂ ବିଜନେସ୍ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବ୍ୟବସାୟ ସ୍ଥାପନ, ଜମି ଆବଣ୍ଟନ, ଶ୍ରମ ସଂସ୍କାର ଓ ପରିବେଶ ମଂଜୁରୀ ପ୍ରକ୍ରିୟା ସମେତ ମୋଟ ୮ଟି ସ୍ୱତନ୍ତ୍ର ମାପଦଣ୍ଡକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ରାଜ୍ୟଗୁଡିକୁ ରାଙ୍କ୍ ପ୍ରଦାନ କରାଯାଇଛି। ଯେଉଁଥିରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା। ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ-ଡିଆଇପିପି, କେପିଏମଜି, ସିଆଇଆଇ ଓ ଫିକି ସହଯୋଗରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରାଜ୍ୟଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢାଇ ବ୍ୟବସାୟିକ ପରିବେଶରେ ସୁଧାର ଆଣିବା ପାଇଁ ରାଜ୍ୟଗୁଡିକର ରାଙ୍କିଙ୍ଗ୍ କରାଯାଇଛି। ଘରୋଇ ଏବଂ ବିଦେଶୀ ନିବେଶ ଆକୃଷ୍ଟ କରିବା ଏହାର ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ଲୋବାଲ ଡୁଇଂ ବିଜନେସ୍ ଷ୍ଟଡିରେ ଭାରତର ହାରାହାରି ରାଙ୍କିଙ୍ଗ୍ ସୁଧାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ ଗୁଜରାଟ ଥିବା ବେଳେ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶ ଏବଂ ତୃତୀୟ ସ୍ଥାନରେ ଝାଡଖଣ୍ଡ ରହିଛି। ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି ଓଡିଶା।

Related story