ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ଥିବା ୨ଟି ବିଧାନସଭା ଆସନ ଫୁଲବାଣୀ ଓ ବୀରମିତ୍ରପୁର ନିମନ୍ତେ ବିଜେଡି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି।
ସୂଚନା ଅନୁସାରେ ଫୁଲବାଣୀ ବିଧାୟକ ଡୁଗୁନି କହଁରଙ୍କ ବଦଳରେ ଅଙ୍ଗଦ କହଁରଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିଛି। ଶ୍ରୀ କହଁର ଏବେ ଫିରିଙ୍ଗିଆ ବ୍ଲକର ଜଣେ ବରିଷ୍ଠ ବିଜେଡି ନେତା। ସେ ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବାବେଳେ ଏବେ ସରପଞ୍ଚ ଅଛନ୍ତି। ବରିଷ୍ଠ ନେତା ପଦ୍ମନାଭ ବେହେରାଙ୍କ ସମର୍ଥକ ଭାବେ ଶ୍ରୀ କହଁର ପରିଚିତ। ଏହି ଆସନ ପାଇଁ ପ୍ରାର୍ଥୀକୁ ନେଇ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ୍ ଓ ପଦ୍ମନାଭ ବେହେରାଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା।
ସେହିପରି ବୀରମିତ୍ରପୁର ଆସନ ପାଇଁ ମୁଖଲୁ ଏକ୍କାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଶ୍ରୀ ଏକ୍କା ଏବେ ସ୍ଥାନୀୟ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବୀରମିତ୍ରପୁର ଆସନରେ ବିଜେଡିର ସ୍ଥିତି ଭଲ ନଥିବାରୁ ଶ୍ରୀ ଏକ୍କାଙ୍କ ମାଧ୍ୟମରେ ଦଳ ଏହି ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଭାରତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବ ଓଡ଼ିଶା
ଆଗାମୀ ୩ ବର୍ଷ ପାଇଁ ଜାତୀୟ ‘ଖୋ ଖୋ’ ଟିମକୁ ସ୍ପନସର କରିବେ ଓଡିଶା ସରକାର। ୨୦୨୫ ଜାନୁଆରୀରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
Miscellaneous
୪ ମାସ ଆଗରୁ ବିଦା ହେଲେ ପାଣ୍ଡିଆନଙ୍କ ବାନ୍ଧବୀ ସାଗରିକା
୧୯୯୯ ବ୍ୟାଚ୍ ଆଇଆରପିଏସ୍ ଅଫିସର ସାଗରିକାଙ୍କୁ ଗତ ଡିସେମ୍ବର ୩୧ତାରିଖରେ ଓଡ଼ିଶା ଛାଡ଼ି କେନ୍ଦ୍ର ସରକାରରେ ନିଜର ସେବା ଦେବା ପାଇଁ ଫେରିଯାଇଛନ୍ତି।
Politics
କାହା ସୁରକ୍ଷାରେ ଅଛନ୍ତି ପାଣ୍ଡିଆନଙ୍କ ଅଫିସର ଟିମ୍, କାହିଁକି ବଦଳୁନି ବିଭାଗ: ସିଏମଓରେ ୬ମାସ ତିଷ୍ଠି ପାରିଲେନି ଡାକୁଆ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ୨୦୧୧ ବ୍ୟାଚ୍ ଓଡ଼ିଆ ଆଇଏଏସ୍ ଅରିନ୍ଦମ ଡାକୁଆ ୬ମାସ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ତିଷ୍ଠି ପାରିଲେ ନାହିଁ। ଶ୍ରୀ ଡାକୁଆଙ୍କୁ କାହିଁକି ବଦଳି କରାଗଲା ଓ ତାଙ୍କ ବଦଳି ପଛରେ କେଉଁ ଅଦୃଶ୍ୟ କାରଣ ରହିଛି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି ।
Politics
ନବୀନଙ୍କ ବିଲ ବୁଲା ବେଳେ ଚାଷୀଙ୍କ କାନ୍ଦକୁ ନେଇ ଉଠିଲା ପ୍ରଶ୍ନ, ସୋଶାଲ ମିଡିଆରେ କରାଯାଉଛି ଟ୍ରୋଲ
ଯେଉଁ ନବୀନ ମୁଖ୍ୟମନ୍ତ୍ରୀ ପଦରେ ଥିବାବେଳେ ଚାଷୀଙ୍କ ଦୁଃଖ ଶୁଣିବାକୁ ଯାଉ ନଥିଲେ, ଏବେ ହଠାତ୍ ତାଙ୍କର ଚାଷୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।
Miscellaneous
ବୁଲୁଛି ହେଲିକପ୍ଟର, ଆଶଙ୍କାରେ ଲୋକେ!
ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।