ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା: ଜିଲ୍ଲା ସଭାପତି ଚୟନରେ ସୃଷ୍ଟି ହୋଇପାରେ ଅଡୁଆ

ଭୁବନେଶ୍ୱର: ଅକ୍ଟୋବର ମାସରେ ଜନସଂପର୍କ ଯାତ୍ରା ବେଳେ ବିଜେଡିରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଦଳର ସାଙ୍ଗଠନିକ ନିର୍ବାଚନକୁ ପ୍ରଭାବିତ କରିପାରେ। ବିଶେଷ କରି ଜିଲ୍ଲା ସଭାପତି ଚୟନକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ବିଜେଡିର ୩୨ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ବରଗଡ଼, ମୟୂରଭଞ୍ଜ, କୋରାପୁଟ ଭଳି ପ୍ରାୟ ୧୦ଟି ସ୍ଥାନରେ ଜିଲ୍ଲା ସଭାପତି ଚୟନବେଳେ ଅଡୁଆ ସୃଷ୍ଟି ହୋଇପାରେ। ଆସନ୍ତାକାଲି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ […]

pratap-dev

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 02:59 PM IST

ଭୁବନେଶ୍ୱର: ଅକ୍ଟୋବର ମାସରେ ଜନସଂପର୍କ ଯାତ୍ରା ବେଳେ ବିଜେଡିରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଦଳର ସାଙ୍ଗଠନିକ ନିର୍ବାଚନକୁ ପ୍ରଭାବିତ କରିପାରେ। ବିଶେଷ କରି ଜିଲ୍ଲା ସଭାପତି ଚୟନକୁ ନେଇ ଅଡୁଆ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ବିଜେଡିର ୩୨ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ରାଉରକେଲା, ସମ୍ୱଲପୁର, ବଲାଙ୍ଗିର, ବରଗଡ଼, ମୟୂରଭଞ୍ଜ, କୋରାପୁଟ ଭଳି ପ୍ରାୟ ୧୦ଟି ସ୍ଥାନରେ ଜିଲ୍ଲା ସଭାପତି ଚୟନବେଳେ ଅଡୁଆ ସୃଷ୍ଟି ହୋଇପାରେ। ଆସନ୍ତାକାଲି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ଓ ସାଙ୍ଗଠନିକ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବ। ଏନେଇ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ କହିଛନ୍ତି, ଯଦି କିଛି ମତଭେଦ ବା ମତାନ୍ତର ଆସିବ ତାହାକୁ  ଦଳୀୟ ଢାଞ୍ଜାରେ ସମାଧାନ କରାଯିବ। ଆପୋଷ ବୁଝାବଣା ମଧ୍ୟରେ ଏପରି ସମସ୍ୟାର ସମାଧାନ କରାଯିବାକୁ ଦଳ ନିଷ୍ପତ୍ତି ନେଇଛି। ନିହାତି ଯେଉଁଠି ମତଭେଦ ରହିବ ସେଠାରେ ନିର୍ବାଚନ କରାଯିବ।

ବିଜେଡି ପଦଯାତ୍ରା କମିଟିର ରାଜ୍ୟ ସଂଯୋଜକ ପ୍ରତାପ ଜେନା କହିଛନ୍ତି ଯେ ପର୍ଯ୍ୟବେକ୍ଷକ ଓ ରାଜ୍ୟ ସଂଯୋଜକମାନେ ବିଭିନ୍ନ ଜିଲ୍ଲାରେ ହୋଇଥିବା ପଦଯାତ୍ରା ଓ ଅନ୍ତର୍ଦ୍ୱନ୍ଦ୍ୱ ରିପୋର୍ଟ ଦାଖଲ କରିସାରିଛନ୍ତି। କାଁ ଭାଁ କିଛି ସ୍ଥାନରେ ଅନ୍ତର୍ଦ୍ୱନ୍ଦ୍ୱ ରହିଛି। ରିପୋର୍ଟକୁ ତର୍ଜମା କରି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଭାପତି ଯେଉଁ ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଗ୍ରହଣ କରିବେ।

ଅକ୍ଟୋବର ମାସରେ ହୋଇଥିବା ଜନସମ୍ପର୍କ ଯାତ୍ରାବେଳେ ଜଗତସିଂହପୁର, କଳାହାଣ୍ଡି, ସମ୍ୱଲପୁର, ମାଲକାନଗିରି ଜିଲ୍ଲାରେ ପଦାକୁ ଆସିଥିଲା ଏହି ଅନ୍ତର୍ଦ୍ୱନ୍ଦ୍ୱ। କିଛି ସ୍ଥାନରେ ନେତାଙ୍କୁ ଖୋଲାଖୋଲି ବିରୋଧ କରିଥିଲେ କର୍ମୀ।

ବିଜେଡିରେ ଏବେ ପାଖାପାଖି ୪୫ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି। ସଭ୍ୟ ସଂଗ୍ରହ ଶେଷ ହେବା ପରେ ଏହି ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି।

 

Related story