ଇଣ୍ଡଷ୍ଟ୍ରି ଲବିର ସାଇଡ୍ ଇଫେକ୍ଟ: ଜଗତସିଂହପୁର ବିଜେଡିରେ ବିଦ୍ରୋହ ଓ ଅସ୍ଥିରତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାକୁ ନିଜର ଗଡ଼ ବୋଲି ଦାବି କରୁଥିବା ବିଜେଡିକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଦ୍ରୋହ ଓ ଅସ୍ଥିରତା ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ଉପକୂଳ ଓଡ଼ିଶାରେ ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ଏହାକୁ ପ୍ରଶମିତ କରିବାକୁ ବିଜେଡି ନେତୃତ୍ୱ ସକ୍ଷମ ହୋଇପାରିନାହାନ୍ତି। ଏପଟେ ବିଜେଡି ଟିକେଟ୍ ବଣ୍ଟାରେ ଇଣ୍ଡଷ୍ଟ୍ରି ଲବିର ପ୍ରଭାବ ରହୁଥିବା ନେଇ ଛେଣ୍ଡିପଦା ବିଧାୟକ ସୁଶାନ୍ତ […]

Bjd-candidates-in-jagatsinghpur-district-selected-allegedly-under-pressure-from-Industry-lobby11

Manoranjan Sial
  • Published: Monday, 01 April 2019
  • Updated: 01 April 2019, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାକୁ ନିଜର ଗଡ଼ ବୋଲି ଦାବି କରୁଥିବା ବିଜେଡିକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଦ୍ରୋହ ଓ ଅସ୍ଥିରତା ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ଉପକୂଳ ଓଡ଼ିଶାରେ ପ୍ରାର୍ଥୀ ଚୟନ ଓ ଟିକେଟ୍ ବଣ୍ଟନକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ଏହାକୁ ପ୍ରଶମିତ କରିବାକୁ ବିଜେଡି ନେତୃତ୍ୱ ସକ୍ଷମ ହୋଇପାରିନାହାନ୍ତି। ଏପଟେ ବିଜେଡି ଟିକେଟ୍ ବଣ୍ଟାରେ ଇଣ୍ଡଷ୍ଟ୍ରି ଲବିର ପ୍ରଭାବ ରହୁଥିବା ନେଇ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଦେଇଥିବା ଟିପ୍ପଣୀ ଏବେ ସତ ପ୍ରମାଣିତ ହେବାରେ ଲାଗିଛି, ବିଶେଷକରି, ଜଗତସିଂହପୁର ଜିଲ୍ଲା ବିଜେଡି ରାଜନୀତିରେ। ଇଣ୍ଡଷ୍ଟ୍ରି ଲବି ଓ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ସୁପାରିସରେ ଜଗତସିଂହପୁର ଜିଲ୍ଲାରେ ବିଜେଡି ଟିକେଟ୍ ବଣ୍ଟା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ବିଜେଡିର ଗଡ଼ ହୋଇଥିବା ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ମଣ୍ଡଳୀ ଯଥା ପାରାଦୀପ, ବାଲିକୁଦା-ଏରସମା, ତିର୍ତ୍ତୋଲ ଓ ଜଗତସିଂହପୁର ଆସନ ପାଇଁ ବିଜେଡି ଯେଉଁ ପ୍ରାର୍ଥୀ ଘୋଷଣା କରିଛି ସେଥିରେ ଇଣ୍ଡଷ୍ଟ୍ରି ଲବିର ପ୍ରଭାବ ଜଳଜଳ ହୋଇ ଦୃଶ୍ୟମାନ ହେଉଛି। ପାରାଦୀପରେ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରି ବିଜେଡି ତାଙ୍କ ପିତା ଡାକ୍ତର ଦାମୋଦର ରାଉତଙ୍କୁ ମ୍ୟାନେଜ୍ କରିବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ ବାଲିକୁଦା-ଏରସମାରେ ବିଧାୟକ ପ୍ରଶାନ୍ତ ମୁଦୁଲି ସୁଦୃଢ଼ ସ୍ଥିତିରେ ଥିବା ସତ୍ତ୍ଵେ ତାଙ୍କୁ ଜଗତସିଂହପୁରରୁ ପ୍ରାର୍ଥୀ କରାଯାଇଛି। ପ୍ରଶାନ୍ତଙ୍କର ଜଗତସିଂହପୁରରେ ନିଜସ୍ୱ ସଂଗଠନ ନାହିଁ ଓ ତାଙ୍କର ପ୍ରାର୍ଥୀତ୍ୱକୁ ଜଗତସିଂହପୁରରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଦୃଢ଼ ବିରୋଧ କରୁଛି।

ଜଗତସିଂହପୁର ସଂଗଠନରେ ସକ୍ରିୟ ବିଷ୍ଣୁ ଦାସ ତିର୍ତ୍ତୋଲରୁ ପ୍ରାର୍ଥୀ ହୋଇଥିବାବେଳେ ବାଲିକୁଦା-ଏରସମାରେ ବିଜେପିରୁ ଆସିଥିବା ରଘୁନନ୍ଦନ ଦାସଙ୍କୁ ବିଜେଡି ଟିକେଟ୍ ଦେଇଛି। ବାଲିକୁଦା-ଏରସମା ଆସନରେ ହେଭିୱେଟ୍ ଡାକ୍ତର ଦାମୋଦର ରାଉତଙ୍କୁ ଟକ୍କର ଦେବା ସ୍ଥିତିରେ ରଘୁନନ୍ଦନ ନାହାନ୍ତି। ତା’ଛଡ଼ା ରଘୁନନ୍ଦନଙ୍କ ପ୍ରାର୍ଥୀତ୍ୱକୁ ପ୍ରଶାନ୍ତଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରଶାନ୍ତ ମଧ୍ୟ ଜଗତସିଂହପୁରରୁ ଲଢ଼ିବାକୁ ଅନିଚ୍ଛୁକ ଥିବାବେଳେ ଦଳ ତାଙ୍କୁ ଏଥିପାଇଁ ବାଧ୍ୟ କରିଥିବା ଜଣାପଡ଼ିଛି।

ତେଣୁ ବର୍ତ୍ତମାନର ସ୍ଥିତି ବଳତ୍ତର ରହିଲେ କେବଳ ତିର୍ତ୍ତୋଲକୁ ବାଦ୍ ଦେଲେ ଅନ୍ୟ ସବୁ ଆସନରେ ବିଜେଡି ଚିତପଟାଙ୍ଗ ମାରିବାର ସମ୍ଭାବନା ଅଧିକ। ନିଶ୍ଚିତ ବିଜୟ ସମ୍ଭାବନା ଥିବା ଆସନରେ ଯଥାର୍ଥ ପ୍ରାର୍ଥୀ ନଦେଇ କଡ଼ା ବିରୋଧାଭାସର ସାମ୍ନା କରୁଥିବା ଦଳୀୟ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିବାରେ ଲାଗିଛି। ଆଉ ଏସବୁ ଜାଣି ମଧ୍ୟ ବିଜେଡି ସୁପ୍ରିମୋ ଏଭଳି ନିଷ୍ପତ୍ତି ନେବା ପଛରେ କ’ଣ ରହସ୍ୟ ରହିଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବହୁରାଷ୍ଟ୍ରୀୟ ଶିଳ୍ପ ସଂସ୍ଥା ନିଜର ମେଗା ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛି। ସେହି ପ୍ରକଳ୍ପର ଭିତ୍ତିପ୍ରସ୍ତର କାର୍ଯ୍ୟର ଶୁଭାରମ୍ଭ ଚଳିତବର୍ଷ ଅକ୍ଟୋବର-ନଭେମ୍ବର ମାସରେ କରିବା ପାଇଁ ଆପାତତଃ ସ୍ଥିର ହୋଇଛି। ତେବେ ଏହି ପ୍ରକଳ୍ପକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ବିରୋଧର ଆଶଙ୍କା ରହିଥିବାରୁ ଏହି ଶିଳ୍ପ ସଂସ୍ଥା ଯେଉଁଠି ପ୍ରକଳ୍ପ ସ୍ଥାପନ କରିବ ସେହି ନିର୍ବାଚନମଣ୍ଡଳୀରୁ କ୍ରମାଗତ ଜିତି ଆସୁଥିବା ପ୍ରଶାନ୍ତ ମୁଦୁଲିଙ୍କୁ ଇଣ୍ଡଷ୍ଟ୍ରି ଲବିର ଚାପରେ ସେଠାରୁ ହଟାଇ ଦିଆଯାଇଛି। ଭବିଷ୍ୟତରେ ପ୍ରକଳ୍ପକୁ ନେଇ ଡାକ୍ତର ରାଉତ କୌଣସି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଥିବାରୁ ତାଙ୍କ ପୁଅଙ୍କୁ ପଡ଼ୋଶୀ ପାରାଦୀପରୁ ବିଜେଡି ପ୍ରାର୍ଥୀ କରିଛି।

ପ୍ରକଳ୍ପ ଅଞ୍ଚଳରେ ପ୍ରଶାନ୍ତଙ୍କ ଦୃଢ଼ ସମର୍ଥନ ଥିବାରୁ ତାହା ବଳପୂର୍ବକ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାରେ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି। ତେଣୁ ପ୍ରଶାନ୍ତଙ୍କୁ ଜଗତସିଂହପୁରକୁ ଆଣି ତାଙ୍କ ସ୍ଥାନରେ ଜଣେ ଦୁର୍ବଳ ନେତାଙ୍କୁ ବିଜେଡି ପ୍ରାର୍ଥୀ କରି ଗୋଟିଏ ଗୁଳିରେ ଏକାଧିକ ଶିକାର କରିବାକୁ ଚାହିଁଛି। ଯଦି ବିଜେଡି ପାରାଦୀପ,ବାଲିକୁଦା-ଏରସମା ଓ ଜଗତସିଂହପୁରରେ ବିଜୟୀ ହୁଏ ତା’ହେଲେ ସେଠାରେ ଶିଳ୍ପ ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସମସ୍ୟା ହେବନି। ବାଲିକୁଦା-ଏରସମାରେ ଦଳୀୟ ପ୍ରାର୍ଥୀ ନୂଆ ହୋଇଥିବାରୁ ପ୍ରକଳ୍ପ କ୍ଷତିଗ୍ରସ୍ତ ଅଞ୍ଚଳର କର୍ମୀ ଓ ସାଧାରଣ ଲୋକଙ୍କ ସହ ମିଶିବା ପାଇଁ ତାଙ୍କୁ ସମୟ ଲାଗିବ। ଯାହାର ଫାଇଦା ବିଜେଡି ସରକାର ଉଠାଇ ବଳପୂର୍ବକ ଶିଳ୍ପ ସ୍ଥାପନ କରିପାରିବ। ଏରସମାରେ ଦଳୀୟ ପ୍ରାର୍ଥୀ ହାରିଲେ ମଧ୍ୟ ବଳପୂର୍ବକ ପ୍ରକଳ୍ପ କାର୍ଯ୍ୟ କରିବାରେ ସରକାର ସକ୍ଷମ ହୋଇପାରିବେ ବୋଲି ଆକଳନ କରିଛନ୍ତି।

ବିଜେଡିର ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ହଜାର ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ହିଁ ଜଗତସିଂହପୁରରେ ବିଜେଡି ଟିକେଟ୍ ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହୋଇଛି। ବିଜେଡି ସହ ଗୋପନ ବୁଝାମଣା ଆଧାରରେ ସମ୍ପୃକ୍ତ ଶିଳ୍ପ ସଂସ୍ଥା ପରୋକ୍ଷରେ ଏବେ ଜଗତସିଂହପୁରରେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରି ସମଗ୍ର ଜିଲ୍ଲାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ସଂସ୍ଥା ଜିଲ୍ଲାରେ ଯେଭଳି ପ୍ରାର୍ଥୀ ଚାହିଁଛି ବିଜେଡି ସେଭଳି ପ୍ରାର୍ଥୀ ଦେଇଥିବା ଆଶଙ୍କା କରାଯାଉଛି।
ତେବେ ଉପକୂଳ ଓଡ଼ିଶାରେ ବିଜେପି ପୂର୍ବ ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇଥିବାରୁ ଇଣ୍ଡଷ୍ଟ୍ରି ଲବିରେ ବିଜେଡିର ପ୍ରାର୍ଥୀ ଚୟନ ରଣନୀତି କେତେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story