ଆଇନ୍‌ ଜାଲରେ ‘କାଳିଆ’: ବିଜେଡି ସରକାରଙ୍କୁ ଜବାବ ତଲବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ଏବେ ‘କାଳିଆ’ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଏହି ଯୋଜନା ବାଟରେ ଛିଡ଼ା ହୋଇଛି ଆଇନର ପାଚେରୀ। ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା ଏଭଳି କିଛି ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ପି.ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍‌ କୋର୍ଟ ଗ୍ରହଣ କରିବା ସହ କେନ୍ଦ୍ର ସରକାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, […]

kalia

kalia

Manoranjan Sial
  • Published: Tuesday, 02 July 2019
  • Updated: 02 July 2019, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ଏବେ ‘କାଳିଆ’ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଏହି ଯୋଜନା ବାଟରେ ଛିଡ଼ା ହୋଇଛି ଆଇନର ପାଚେରୀ। ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା ଏଭଳି କିଛି ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ପି.ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍‌ କୋର୍ଟ ଗ୍ରହଣ କରିବା ସହ କେନ୍ଦ୍ର ସରକାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର ଓ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା ଭଳି କେନ୍ଦ୍ରର ପିଏମ୍ କିଷାନ, ତେଲେଙ୍ଗାନାର ରଇତୁବନ୍ଧୁ, ଆନ୍ଧ୍ରର ପୁଷୁପୁ କୁମ୍‌ସୁମ ପରି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଅନୁରୂପ ଯୋଜନା ଘୋଷଣା କରାଯାଇଥିଲା। ଏପରିକି ନିର୍ବାଚନ ସମୟରେ ଚାଷୀଙ୍କ ଆକାଉଣ୍ଟଙ୍କୁ ସିଧା ଟଙ୍କା ପଠା ଯାଇଥିଲା। ଏହାଛଡ଼ା ଟିଭି ଓ ଫ୍ରିଜ୍‌ ଭଳି ମୂଲ୍ୟବାନ ଘରକରଣା ସାମଗ୍ରୀ ମଧ୍ୟ ବଣ୍ଟା ଯାଇଥିଲା। ଯାହା ଜନ ପ୍ରତିନିଧି ଆଇନର ୧୯୫୧ର ସେକ୍ସନ ୧୨୩-୧ ଅନୁସାରେ ଭୋଟରଙ୍କୁ ସିଧାସଳଖ ଲାଞ୍ଚ ବୋଲି ଆବେଦନକାରୀ ପି. ପୁଲାରାଓ ଦର୍ଶାଇଥିଲେ। ଏହାକୁ ସୁପ୍ରିମକୋର୍ଟ ବିଚାର ଲାଗି ଗ୍ରହଣ କରିବା ସହିତ ନୋଟିସ୍‌ ଜାରି କରିଛନ୍ତି।

ସେପଟେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଛି। ଭୋଟରଙ୍କୁ ସିଧାସଳଖ ପ୍ରଲୋଭିତ କରିବା ଲାଗି ଏହି ଯୋଜନା ଉଦ୍ଦିଷ୍ଟ ଥିଲା ବୋଲି କହିଛନ୍ତି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର। ତେବେ ବିଜେପି ‘କାଳିଆ’ ଯୋଜନାକୁ ସମାଲୋଚନା କରିଥିବା ବେଳେ ‘ପିଏମ୍‌ କିଷାନ’ ଯୋଜନାର ଆଇନଗତ ଦିଗର ତର୍ଜମା ହେବା ଦରକାର ବୋଲି ମତ ଦେଇଛି।ଅନ୍ୟପକ୍ଷରେ କୋର୍ଟ ଦେଇଥିବା ନୋଟିସକୁ ଅନୁଧ୍ୟାନ କଲା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସର୍ବୋଚ୍ଚ କୋର୍ଟଙ୍କ ନୋଟିସ ନିର୍ବାଚନ ପୂର୍ବରୁ ଘୋଷିତ ବିଭିନ୍ନ ଲୋକପ୍ରିୟ ଯୋଜନାର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଅନ୍ୟପକ୍ଷରେ କୋର୍ଟ ଯଦି ‘କାଳିଆ’ ସମେତ ଅନ୍ୟ ଯୋଜନାଗୁଡିକୁ ଅସିଦ୍ଧ ଘୋଷଣା କରନ୍ତି, ତେବେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାରମାନେ କି ପଦକ୍ଷେପ ନେବେ, ତା' ଉପରେ ସମସ୍ତଙ୍କ ନଜର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story